ମହାଶିବରାତ୍ରି ଓ ମେଳା ପାଇଁ ୬୪ ଯୋଗିନୀ ମହୋତ୍ସବ ପାଇଁ ସଜେଇ ହେଲାଣି ରାଣୀପୁର ଝରିଆଲ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି : (ବ୍ୟୁରୋ) ଦେଶର ଅନନ୍ୟ ଐତିହାସିକ ଯୋଗିନୀ ପୀଠ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ଥିତ ରାଣୀପୁର ଝରିଆଲ ରେ ମହାଶିବରାତ୍ରି ପାଇଁ ହଜାର ହଜାର ଆଖ ପାଖ ଅଞ୍ଚଳ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଭକ୍ତଙ୍କ ସମାଗମ ଦେଖିବା କୁ ମିଳିଛି । ସକାଳ ପ୍ରାୟ ୫ଘଣ୍ଟା ସମୟରୁ ଲମ୍ବା ଧାଡିରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବା ସହ ଶିବଙ୍କୁ ଜଳ ଦେଇଥିଲେ । ଅନ୍ୟ ପକ୍ଷରେ ମହାଶିବରାତ୍ରି ମେଳା ଓ ୬୪ ଯୋଗିନୀ ମହୋତ୍ସବ ପାଇଁ ସଜେଇ ହେଲାଣି ସମଗ୍ର ପିଠ। ଫେବୃଆରୀ ୧୪ ତାରିଖ ଠାରୁ ୧୭ ପର୍ଯ୍ୟନ୍ତ ମହାଶିବରାତ୍ରି ମେଳା ଓ ଫେବ୍ରୁଆରୀ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୬୪ ଯୋଗିନୀ ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୁଚନା ଦେଇଛନ୍ତି ତେବେ ଏଥି ପାଇଁ ଚଳଚଞ୍ଚଳ ହୋଇପଡ଼ିଛିବ। ପ୍ରତିଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ମଞ୍ଚ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ସୋମେଶ୍ୱର ମହାଦେବ ଙ୍କ ପୀଠ ରେ ରବିବାର ଅଧିବାସ କାର୍ଯ୍ୟକ୍ରମ ସହ ମହାଶିବରାତ୍ରି ପାଇଁ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି। 

ଆଜି ସକାଳ ୪ଘଣ୍ଟା ୩୦ମି ରେ ରୁଦ୍ରା ଭିଷେକ ଆରମ୍ଭ ହୋଇଥିବା ବେଳେ ୭ ଘଣ୍ଟା ସମୟରେ ମଙ୍ଗଳ ଆରତୀ, ପୁଷ୍ପାଞ୍ଜଳି ସହ ଶ୍ରଦ୍ଧାଳୁ ଦର୍ଶନ ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ଅଧ୍ୟକ୍ଷତାରେ ଏହି ମହୋତ୍ସବରେ ନୂତନ ବିଡ଼ିଓ ନିତୁଶ୍ରୀ ମେହେର , ମନ୍ଦିର ଟ୍ରଷ୍ଟ ସଭାପତି ମାଣିକ ଚନ୍ଦ ଜୈନ , ଆବାହକ ଅନୀଲ ତ୍ରିପାଠୀ ପ୍ରମୁଖ ସହ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default