ଵିଶାଲ ହିନ୍ଦୁ ସମ୍ମିଳନୀରେ ବୌଦ୍ଧିକ ସଭା

ଆଜତକ ଓଡ଼ିଶା
0

କଳସ ୟାତ୍ରା ଓ ଗାୟତ୍ରୀ ଯଜ୍ଞ ଧୁନିରେ ସାରା ସହର। 


କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ଶ୍ରୀରାମ ମନ୍ଦିର ପରିସରର ବାବାଜୀ କୁଟିଆ ସମ୍ମୁଖରେ ଏକ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।କାର୍ଯ୍ୟକ୍ରମ କମିଟିର ସଭାପତି ଭାବରେ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ, ସମ୍ପାଦକ ଚିନ୍ମୟ କୁମାର ଯୋଶୀ ନେତୃତ୍ୱରେ ସକାଳ ୭.୩୦ ଘଂଟାରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଗାୟତ୍ରୀ ମନ୍ଦିର ସମ୍ମୁଖରୁ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା ରେ ପ୍ରଭାତ ପ୍ରହରୀ ସଦସ୍ୟ ,ଶିଶୁ ମନ୍ଦିର ଶିକ୍ଷକ ଶିକ୍ଷୟିତ୍ରୀ ସହ ସ୍ଥାନୀୟ ଭକ୍ତ ଯୋଗ ଦେଇଥିଲେ ପରେ ରାମ ମନ୍ଦିର ପରିସରରେ ସକାଳ ୧୦ ଘଣ୍ଟାରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଓ ଭଜନ ପରିବେଷଣ ପଣ୍ଡିତ ସିଦ୍ଧାନ୍ତ ତାଙ୍କର ସହଯୋଗିଙ୍କ ଦ୍ଵାରା କରାଯାଇଥିବା ବେଳେ ୧୨ ଘଣ୍ଟା ସମୟରେ ବୌଦ୍ଧିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାଭେ

ଶ୍ରୀ ସାଧୁ ପ୍ରଭାକର ଦାସ

ସତ୍ୟ ମହିମା ଆଶ୍ରମ ନରଲା 

ଜିଲ୍ଲା- କାଲାହାଣ୍ଡିରୁ ଓ ମୁଖ୍ୟ ବକ୍ତା ଭାଭେ ଶ୍ରୀ ଘନଶ୍ୟାମ ପ୍ରଧାନ ପ୍ରାଦେଶିକ ସଂଯୋଜକ ସାମାଜିକ ସମନ୍ୱୟ ଆରଏସଏସ ଓଡ଼ିଶା ପଶ୍ଚିମ ରୁ ଯୋଗ ଦେଇ ହିନ୍ଦୁ ସମ୍ମେଳନୀ ଉପଦେଶ ବିଷୟରେ ଆଲୋଚନା କରିବା ସହ ଭାରତ ଦେଶର ହିନ୍ଦୁ ସଂସ୍କୃତି ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ବିଶ୍ୱର ନେତୃତ୍ୱ କରିବା ଶକ୍ତି ରଖେ ବୋଲି ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ । 

ଏହି କାର୍ଯ୍ୟକ୍ରମ ରେ ଅଶୋକ ଛାପଡିଆ , ନବଲ ମିଶ୍ର, ବେଦବ୍ୟାସ ନାଗ, ରାଜୁ ଶର୍ମା, ଦେବରାଜ ଯାଦବ,ମୁରାରୀ ଅଗ୍ରୱାଲ, ସଞ୍ଜୟ ସୁନା, ଘନଶ୍ୟାମ ବେହେରା, ଉତ୍ତମ ନାଗ,ନିଶି ମହାପାତ୍ର, ସୁଧୀର ବେହେରା, ଲଳିତ ଅଗ୍ରୱାଲ, ସନ୍ତୋଷ ଲାଠୋରୀୟ, ଶଙ୍କର ପୁଟେଲ ,ପ୍ରଦୀପ ବାଗ ସହ ଅନ୍ୟ ଭକ୍ତ ଓ ସହଯୋଗୀ ଯୋଗ ଦେଇ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default