ଝରିଗାଁ, ତା ୯/୨ (ବୁଦୁରାମ ଗଣ୍ଡ): ରାଜ୍ୟ ସରକାର ଅସହାୟ ଓ ଗରିବ ଲୋକଙ୍କ ସୁବିଧା ପାଇଁ ମଧୁବାବୁ ପେନସନ ଯୋଜନା ସହ ବହୁ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଏହି ଯୋଜନାଗୁଡିକ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଅଭିଯୋଗ ଉଠିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତର ଗରାମ୍ଭା ଯାମଗୁଡ଼ା ଗାଁରୁ ଆସିଥିବା ଖବର ଅନୁସାରେ, ବ୍ଲକ ପ୍ରଶାସନ ଓ ପଞ୍ଚାୟତର ଅବହେଳା କାରଣରୁ ଜଣେ ଅସହାୟ ବିଧବା ମହିଳା ଯୁଗମଣି ଭତ୍ରା ସରକାରୀ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଯୁଗମଣି ଭତ୍ରା ପ୍ରାୟ ୪ ବର୍ଷ ହେବ ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି। ସେ ନିଜ ଝିଅ ଧରଣୀଙ୍କ ସହ ରହୁଥିବାବେଳେ ଝିଅର ପାଠପଢ଼ା ଓ ନିଜ ପେଟ ପୋଷଣ ପାଇଁ ଦିନ ମଜୁରୀଆ ଭାବେ କାମ କରୁଛନ୍ତି। ସରକାରୀ ଯୋଜନାରୁ ଯଥାଶୀଘ୍ର ବିଧବା ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଜୋରଦାର ଦାବି କରିଛନ୍ତି। ଏଭଳି ଅସହାୟ ବିଧବା ମହିଳାଙ୍କୁ କେବେ ଭତ୍ତା ମିଳିବ, ସେଥିପାଇଁ ସମସ୍ତଙ୍କ ନଜର ବ୍ଲକ ପ୍ରଶାସନ ଉପରେ ରହିଛି।
ବ୍ଲକ ପ୍ରଶାସନ କୁମ୍ଭନିଦ୍ରାରେ: ବିଧବା ଯୁଗମଣିକୁ ଭତ୍ତା ମିଳିବ କେବେ?
Monday, February 09, 2026
0