ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ ସିନାପାଲି ମହାବିଦ୍ୟାଳୟ ଆନୁକୂଲ୍ୟରେ ୩୯ତମ ପୁରସ୍କାର ବିତରଣ ଉତ୍ସବ ଉତ୍ସାହ ଓ ଗରିମାମୟ ପରିବେଶରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା, କ୍ରୀଡା ଓ ସାହିତ୍ୟ କ୍ଷେତ୍ରର ସାଧନାକୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ମିନା ଘିଭେଲା, ପଞ୍ଚାୟତ ସମିତି ସିନାପାଲି ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ଶିକ୍ଷାର ଗୁରୁତ୍ଵ ଓ ନୈତିକ ମୂଲ୍ୟବୋଧର ପ୍ରସଙ୍ଗ ଉଠାଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଲକ୍ଷ୍ୟ ସାଧନରେ ପ୍ରେରିତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ପ୍ରଶାନ୍ତ କୁମାର ପଣ୍ଡା, ଅଧ୍ୟକ୍ଷ, ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ଉପସ୍ଥିତ ଥିଲେ ସେଛାତ୍ର ଛାତ୍ରୀ ମାନଙ୍କୁ ଜୀବନରେ ଶିଷ୍ଟାଚାର, ପରିଶ୍ରମ ଓ ସାମାଜିକ ଦାୟିତ୍ଵର ମହତ୍ତ୍ବ ବିଷୟରେ ଅଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ରଜନୀକାନ୍ତ ମେହେର ଓ ବ୍ରଜମୋହନ ଧାକଡ ଯୋଗଦେଇ ତାଙ୍କର ପ୍ରେରଣାଦାୟକ ଭାଷଣ ମାଧ୍ୟମରେ ଜୀବନ ମୂଲ୍ୟବୋଧ ସାମାଜିକ ଚଳନୀ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଗଣିତ ଅଧ୍ୟାପକ ଅତିଥିମାନଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଟଙ୍କଧର ସାହୁ, ନୀତେଶ ମେହେର, ଉମାକାନ୍ତ ବିଶି, ବିଘ୍ନଶ୍ବର ସାହୁ, ତୀର୍ଥ ସୁନାନି, ସୋମନାଥ ମେହେର, କ୍ଷୀରୋଦ ମେହେର ଓ ଚୈତନ୍ୟ ମିଶ୍ର ଓ ନ୍ୟାନ୍ୟମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ଯକ୍ଷା ଏ.ବି. ଡୁଙ୍ଗଡୁଙ୍ଗ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ହେମନାଥ ଭୋଇ ଧନ୍ୟବାଦ ଅର୍ପଣ କରିକାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟିକରିଥିଲା ଓଭବିଷ୍ୟତରେ ଆହୁରି ସ୍ୱେଚ୍ଛାସେବା ଓ ସଫଳତାର ପ୍ରେରଣାଯୋଗାଇଥିଲା।
ସିନାପାଲି ମହାବିଦ୍ୟାଳୟରେ ୩୯ତମ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ
Saturday, February 14, 2026
0