ନୂଆପଡ଼ା (ବିରବଲ ପ୍ରଧାନ) କୁଷ୍ଠ ରୋଗର ନିରାକରଣ ଓ ସମାଜରେ ଏହା ପ୍ରତି ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଲକ୍ଷ୍ୟରେ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ବୁଦ୍ଧିକୋମନା ପରିସରରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ" ଓ ଆମେ ଭେଦଭାବ କରିବା ନାହିଁ - କୁଷ୍ଠକୁ ସମୂଳେ ପୋଛିବା" ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ପରିଦର୍ଶକ ମଧୁସୂଦନ ହୋତା ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଷ୍ଠ ରୋଗ ସଂଯୋଜକ ସୌମ୍ୟରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିନା ମହନ୍ତ କମ୍ୟୁନିଟି ହେଲ୍ଥ ଅଫିସର, ଏ. ଏନ. ଏମ. ପୁଷ୍ପା ଞ୍ଜଲି ମହାନନ୍ଦ, ରାଜକୁମାର ସୁନାନୀ,ପରିତୋଷ ସାହୁ ମହାବିଦ୍ୟାଳୟର ଅଧ୍ୟାପକ ଓ ସୁଲୟା ମଞ୍ଜରୀ ଠାକୁର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ଅଭିଯାନ ଅବସରରେ ମହାବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ କୁ ସଚେତନତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବକ୍ତା ଭାବେ କୁମାରୀ ଶୁଭଶ୍ରୀ ଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକବୃନ୍ଦ କୁଷ୍ଠ ରୋଗୀଙ୍କ ପ୍ରତି କୌଣସି ପ୍ରକାରର ଭେଦଭାବ ନ କରିବା, ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାକୁ ସୁଯୋଗ ଦେବା ଏବଂ କୁଷ୍ଠମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଭାବେ ଶପଥପାଠ କରିଥିଲେ। ସ୍ବାସ୍ଥ୍ୟ ପରିଦର୍ଶକ ଶ୍ରୀ ହୋତା ଓ ସୌମ୍ୟରଞ୍ଜନ ପାଢ଼ୀ କୁଷ୍ଠ ରୋଗର ଲକ୍ଷଣ ଓ ଏହାର ସଫଳ ଚିକିତ୍ସା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅଵଗତ କରାଇଥିଲେ।


