ମାହାଙ୍ଗା : ମାହାଙ୍ଗା ବ୍ଲକ ସମସରପୁର ଗ୍ରାମ ପଞ୍ଚାୟତ ସମସରପୁର ଗ୍ରାମ ର ଗ୍ରାମ ଦେବତୀ ମା ଗୌରୀ ଦେବୀ ଙ୍କ ପୀଠ ସ୍ଥଳୀ ରେ ତିନି ଦିନ ଧରି ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଗ୍ରାମ ର ମହିଳା ମାନଙ୍କ ଦ୍ଵାରା ନିକଟସ୍ଥ ବିରୂପା ନଦୀ ରୁ କଳସ ଯାତ୍ରା ସହିତ ରୀତି ନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା,ସହିତ ମା ଗୌରୀ ଦେବୀ ଙ୍କ ବିଭିନ୍ନ ପ୍ରକାର ବେଶ ସହିତ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥାଏ। କର୍ତ୍ତା ଭାବେ ହରିଶ ଖୁଣ୍ଟିଆ, କର୍ତ୍ତୀ ଭାବେ ଜୟନ୍ତୀ ମିଶ୍ର ଯଜ୍ଞ ରେ ସଂକଳ୍ପ କରିଥିବା ବେଳେ ପଣ୍ଡିତ ପ୍ରମୋଦ ଶତପଥୀ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ହେମନ୍ତ ଶତପଥୀ,ମାନସ ମିଶ୍ର,ବିଭୂତି ଭୂଷଣ ମିଶ୍ର,ଶକ୍ତି ପ୍ରସାଦ ମିଶ୍ର ଓ ମା ଗୌରୀ ଙ୍କ ମୁଖ୍ୟ ପୂଜକ ସୁଧାକର ମହାପାତ୍ର ଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା।ମାୟାଧର ବାରିକ ମହାଯଜ୍ଞ ରେ ପଣ୍ଡିତ ମାନଙ୍କୁ ସହଯୋଗ କରିଥିବା ବେଳେ ସମସରପୁର ଗ୍ରାମ ର ଜନସାଧାରଣ ଙ୍କ ସାହାଯ୍ୟ ଓ ସହଯୋଗ ରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା।
ମା ଗୌରୀଦେବୀ ଙ୍କ ପୀଠ ସ୍ଥଳୀ ରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଟିତ
Monday, February 16, 2026
0