ଶିବରାତ୍ରି ଉତ୍ସବ ରେ ଝୁମିଲେ ଦର୍ଶକ, ସୋମେଶ୍ୱର ମହାଦେବ ଙ୍କ ଜାଗରରେ ସାମିଲ ଅଂସଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି (ବ୍ୟୁରୋ) : ଶିବରାତ୍ରି (ଜାଗର) ଅବସରରେ ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ସୋମେଶ୍ୱର ମହାଦେବ ଙ୍କ ପିଠ ବେଶ ଚଳଚଞ୍ଚଳ। ସୋମ ତୀର୍ଥ ଭାବେ ପରିଚିତ ଏହି ପିଠ ରେ ଉଭୟ ୬୪ ଯୋଗିନୀ ଓ ସୋମେଶ୍ୱର ମହାଦେବଙ୍କ ଦର୍ଶନ କରି ପାରୁଥିବାରୁ ପ୍ରତିବର୍ଷ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ନଜରରେ ରଖି ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ଶିବରାତ୍ରି ମହୋତ୍ସବ ମଧ୍ୟ ଆୟୋଜନ କରାଯାଇଛି। ତେଣୁ ଅସଂଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମନ୍ଦିର ପରିସରରେ ରାତି ତମାମ ଉଜାଗର ରହିଥିବା ଦେଖିବାକୁ ମିଳିଥିଲା। ଏପଟେ ମୁକ୍ତାକାଶ ରଙ୍ଗମଞ୍ଚ ଶିବରାତ୍ରି ମହୋତ୍ସବ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ହଜାର ହଜାର ଦର୍ଶକ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମି ଉଠିଥିଲେ ମହାଦେବ ଓ ଯୋଗିନୀ ପ୍ରେମୀ। ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ନୁଆପଡା ଜଗନ୍ନାଥ ସମିତି ସଭାପତି ଦିନେଶ ତିୱାରୀ, ସାମାଜିକ କର୍ମୀ ବ୍ରଜରାଜ ମଙ୍ଗରାଜ, ମହାଶିବରାତ୍ରି ମେଳା କମିଟି ର ସଦସ୍ୟ ଲଲିତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଭାବେ ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ସମ୍ମାନୀତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମୀରଂଜନ ପୁଟେଲ, ସମ୍ପାଦକ ଅଶୋକ ଭୋଇ, ମନ୍ଦିର ଟ୍ରଷ୍ଟି ସଦସ୍ୟ ମଞ୍ଜେଷ ମେହେର, ନିତ୍ୟାନନ୍ଦ ପୃଷେଠ, ହିମାଳୟ ପୁଟେଲ ମଞ୍ଚାସିନ ଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଳାକାର ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରିଚାଳନା କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ହେମନ୍ତ ସାହୁ, ଶୁଶାନ୍ତ ଥନାପତୀ ପ୍ରମୁଖ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର ଙ୍କୁ ସ୍ମୃତି ଚିହ୍ନ ଦେଇ ସମ୍ମାନୀତ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default