ସିନାପାଲିରେ ମହାଶିବରାତ୍ରି ମହୋତ୍ସବ

ଆଜତକ ଓଡ଼ିଶା
0

“ପରମାତ୍ମାଙ୍କ ସହିତ ଗୋଟିଏ ରାତ୍ରି” ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମ


ସିନାପାଲି: ପବିତ୍ର ମହାଶିବରାତ୍ରି ଜାଗର ରାତିରେ ଶୈବଭକ୍ତମାନେ ଉପବାସ ରଖି ବିଭିନ୍ନ ଶୈବପୀଠରେ ଜାଗର ଜାଳି ଶିବଭକ୍ତିରେ ଲୀନ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଶିବମନ୍ଦିର ଉପରକୁ ଜାଗର ଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତମାନେ ରାତି ସାରା ଜାଗି ରହି ଦୀପଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥାନ୍ତି।

ଏହି ପରିପ୍ରେକ୍ଷୀରେ ପରମପୂଜ୍ୟ ଅଘୋରନାଥ ପରମହଂସ ଶିବ ତ୍ରିଜଟା ଅଘୋର ଗୁରୁଜୀଙ୍କ ସାନିଧ୍ୟରେ ଏବଂ ସିଦ୍ଧାଶ୍ରମ ଜ୍ଞାନଗଞ୍ଜ କାଳମୁଖ ସଂପ୍ରଦାୟ ଟ୍ରଷ୍ଟ ଆନୁକୂଲ୍ୟରେ ନୂଆପଡା ଜିଲ୍ଲା ସିନାପାଲି ଗୌରୀପ୍ଲେସ୍ (ଛୋଟୁ ପେଟ୍ରୋଲ ପମ୍ପ ନିକଟ) ଠାରେ “ମହାଶିବରାତ୍ରି–ପରମାତ୍ମାଙ୍କ ସହିତ ଗୋଟିଏ ରାତ୍ରି” ଶୀର୍ଷକ ଏକ ଦିବ୍ୟ, ଭବ୍ୟ ଓ ଅଲୌକିକ କାର୍ଯ୍ୟକ୍ରମ ଶ୍ରଦ୍ଧା, ଭକ୍ତି ଓ ଅତୁଟ ବିଶ୍ୱାସରେ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅଘୋର ତତ୍ତ୍ୱ ମହାଦିକ୍ଷା, କର୍ଣ୍ଣଛେଦନ ସଂସ୍କାର, କଡା ସଂସ୍କାର, ପଟୁଟା ଅଭିଷେକ ସଂସ୍କାର, ଉପଦେଶ, ଶିବ ମହାଭିଷେକ, ମହାଆଳତୀ ଓ ଶିବତାଣ୍ଡବ ନୃତ୍ୟ ପ୍ରମୁଖ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା।

ଏହି ଦେବଦୁର୍ଲଭ କାର୍ଯ୍ୟକ୍ରମ ଟ୍ରଷ୍ଟ ସଦସ୍ୟ ରାଜା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଶତାଧିକ ଟ୍ରଷ୍ଟ ସଦସ୍ୟ ଓ ଅଗଣିତ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦିବ୍ୟ ଓ ଭବ୍ୟ ରୂପ ଧାରଣ କରିଥିଲା।

ଅଘୋରନାଥ ଗୁରୁଜୀଙ୍କ ବିଶାଳ ପଟୁଆର ସିନାପାଲି ନଗର ପରିଭ୍ରମଣ କରି କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିଥିଲା। ଗୁରୁଦେବ ସୁସଜ୍ଜିତ ରଥରେ ନଗରଭ୍ରମଣ କରୁଥିବା ସମୟରେ ରାସ୍ତାକଡରେ ଶତାଧିକ ଭକ୍ତ ଦିବ୍ୟ ଦର୍ଶନ କରିଥିଲେ। ଶିବତାଣ୍ଡବ ନୃତ୍ୟ ଭକ୍ତମାନଙ୍କ ମନରେ ଭିନ୍ନ ଉତ୍ସାହ ଭରିଦେଇଥିଲା। ସମସ୍ତେ ଶିବତାଣ୍ଡବ ତାଳେ ତାଳେ ଝୁମିଥିଲେ।

ଶିବ ମହାଭିଷେକ ଅଭୂତପୂର୍ବ ଓ ଅଲୌକିକ ଭାବରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଦୃଶ୍ୟ ଦେଖି ଚକିତ ହୋଇ ଶିବଭକ୍ତିରେ ନିଜ ମନକୁ ସମର୍ପିତ କରିଦେଇଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମଣ୍ଡଲେଶ୍ୱର ଶ୍ରୀଶ୍ରୀ କର୍ଣ୍ଣାନନ୍ଦ ଜୀ ମହାରାଜ (ଶ୍ରୀ ପଞ୍ଚଦଶନାମ ଜୁନା ଆଖଡା, ଭାବନଗର), ଶ୍ରୀ ଯୋଗୀ ଗୁରୁନାଥ ଜୀ ମହାରାଜ (ସଦସ୍ୟ, ଅଖିଳଭାରତୀୟ ଯୋଗୀ ମହାସଭା), ଶ୍ରୀ ଦିର୍ଦ୍ଦେଶନାଥ ଜୀ ପଇଂଗେ ମହାରାଜ (ଶିବମଲହାର ପ୍ରତିଷ୍ଠାନ, ଏରୋଲୀ, ମୁମ୍ବାଇ) ଉପସ୍ଥିତ ରହିଥିଲେ।

ସେହିପରି ବିଶିଷ୍ଟ ଅତିଥି ଭାବେ ଶ୍ରୀ ବୈଷମ୍ୟାୟନ ମେହେର (ବରିଷ୍ଠ ଆଇନଜୀବୀ), ଶ୍ରୀ ନିଲମଣୀ ମେହେର (ପୂର୍ବତନ ଅଧ୍ୟକ୍ଷ, ସିନାପାଲି ବ୍ଲକ), ଶ୍ରୀ ଶଶିଭୂଷଣ ମାଝୀ (ସଭାପତି, ଗାୟତ୍ରୀ ଶକ୍ତିପୀଠ, ସିନାପାଲି), ଶ୍ରୀ ଉତ୍କଳରଞ୍ଜନ ପ୍ରଧାନ (ମ୍ୟାନେଜର, ଷ୍ଟେଟ ବ୍ୟାଙ୍କ, ସିନାପାଲି) ପ୍ରମୁଖ ଯୋଗଦାନ କରିଥିଲେ।

ଅତିଥିମାନେ ଗୁରୁଜୀ ଅଘୋରନାଥଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବେଳେ ଅନ୍ୟାନ୍ୟ ଶିଷ୍ୟମାନେ ମଧ୍ୟ ସମ୍ମାନିତ ହୋଇଥିଲେ। ଉତ୍ସବରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରି ପ୍ରଭୁକୃପା ଲାଭ କରିଥିଲେ।

ସମସ୍ତ ଗୁରୁଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ମହାଶିବରାତ୍ରି ଉତ୍ସବରେ ଶତାଧିକ ଭକ୍ତ ଉପସ୍ଥିତ ରହି ପ୍ରଭୁଙ୍କ ନିକଟରେ ନିଜ ତନମନକୁ ସମର୍ପିତ କରି ଶିବଶଙ୍କର ଓ ଗୁରୁକୃପା ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ।

ଶେଷ ପର୍ଯ୍ୟାୟରେ ଗୁରୁଜୀ ଅଘୋରନାଥ ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ ଅର୍ପଣ କରି ସିନାପାଲି ଅଞ୍ଚଳ ପାଇଁ ଏକ କମିଟି ଗଠନ କରାଯିବା ନେଇ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିଥିଲେ

Post a Comment

0 Comments

Please Select Embedded Mode To show the Comment System.*

3/related/default