ଗଜପତି : (ବ୍ୟୁରୋ) ରାସ୍ତା ଭଲ ନ ଥିବାରୁ ମେଡିକାଲ୍ ନେବାବେଳେ ଅଧା ରାସ୍ତାରେ ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା, ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଠକେଳି ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସରେ ଘରୁ ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ସଫଳତାର ସହିତ ଆମ୍ବୁଲାନ୍ସ ସହଯୋଗୀଙ୍କ ସହାୟତାରେ ପ୍ରସବ କରେଇଲେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସନ୍ତୋଷ ମହାକୁଡ, ପ୍ରସବ ପରେ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି, ସନ୍ତୋଷ ପିଲାଟି ଦିନରୁ ତାଙ୍କ ବାପା ମା' ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା କରିବା ପାଇଁ ମନରେ ସଂକଳ୍ପ ନେଇଥିଲେ, ଏଥି ସହିତ ସନ୍ତୋଷ ରାଜ୍ୟର ଅଗ୍ରୀଣ ସ୍ଵେଛାସେବୀ ଅନୁଷ୍ଠାନ ଏଟିଏଚ ରକ୍ସ ପରିବାର, ଓଡ଼ିଶାର ସଦସ୍ୟ ଅଟନ୍ତି, ଉପାନ୍ତ ଗଜପତି ଜିଲ୍ଲାରେ ନିରନ୍ତର ସେବା ଜାରି ରଖିବେ ବୋଲି କହିଛନ୍ତି
ଗଜପତି ଜିଲ୍ଲା ମୋହନାରେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ମହାନତା
Friday, February 27, 2026
0