ନୁଆପଡ଼ା (ବିରବଲ ପ୍ରଧାନ) ବଲାଙ୍ଗୀର ବର୍ଷୀୟାନ ଶିକ୍ଷାବିତ ଶ୍ରୀ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକଙ୍କ ପରଲୋକ ହୋଇ ଯାଇଛି। ସେ ଜଣେ ଧର୍ମପରାୟଣ ମହିଳା ଥିଲେ, ନୀତି ପ୍ରତିଦିନ ପୂଜା ପାଠ ଏବଂ ଭାଗବତ ପଠନ ତାଙ୍କର ରୁଚି ଥିଲା,ଅଶୀତପର ବୟସରେ ମଧ୍ୟ ସେ ବେଶ କର୍ମ ଚଞ୍ଚଳ ଥିଲେ ଏବଂ ପାରିବାରିକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଆସୁଥିଲେ।କିଛି ଦିନ ତଳେ ମସ୍ତିସ୍କ ଘାତ ହେବାରୁ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଥିଲେ ପରେ ପେଲେସ ଲାଇନ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହେଲା। ତାଙ୍କର ଶେଷ ଦର୍ଶନ ପାଇଁ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରକୁ ପହଂଚି ଥିଲେ। ଟିଟିଲାଗଡ଼ ରୋଡ଼ ସ୍ଥିତ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରା ଯାଇଥିଲା।ତାଙ୍କର ଜ୍ୟେଷ୍ଟ ପୁତ୍ର ଓ଼ମ ପ୍ରକାଶ ନାୟକ ମୁଖାଗ୍ନି ଦେଇଥିଲେ, ତାଙ୍କ ଅନ୍ୟ ତିନି ପୁତ୍ର ସରକାର ଓକିଲ ଓଁକାର ନାୟକ, ଓ଼ମ ସ୍ୱରୂପ ନାୟକ ଏବଂ କନିଷ୍ଠ ପୁତ୍ର ତଥା ଆକାଶ ବାଣୀ ଉଦଘୋଷକ ତଥା ନୁଆପଡ଼ା ଜିଲ୍ଲା କୋମନା ଗୋଷ୍ଠିଶିକ୍ଷା କାର୍ଯ୍ୟାଲୟ ରେ କାର୍ଯ୍ୟରତ ଓ଼ମ ପ୍ରଣବ ନାୟକ ସହିତ ତାଙ୍କର ବଡ଼ ଝିଅ ଓ ଜାମାତା ଡ଼. ଗୋବର୍ଦ୍ଧନ ନାୟକ ଓ ଗୀତାଞ୍ଜଳି ନାୟକ ଏବଂ ସାନ ଜାମାତା ଜନମୁଖର ସମ୍ପାଦକ ଶ୍ରୀ ବୀରେନ୍ଦ୍ର ପାଣିଗ୍ରାହୀ ଓ ଗାୟତ୍ରୀ ନାୟକ ତଥା ବହୂ ଦ୍ବୟ ଶ୍ରୀମତୀ କ୍ଷଣପ୍ରଭା ପାଣିଗ୍ରାହୀ ଓ କଲ୍ଲୋଳିନି ମିଶ୍ର ସମତେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୌରାଧ୍ୟକ୍ଷ୍ୟା ଲିକା ସାହୁ ଏବଂ ଉପାଧ୍ୟକ୍ଷ୍ୟା ଗାୟତ୍ରୀ ଭୋଇ ଗଭୀର ଦୁଃଖ ପ୍ରକାଶ କରିଛିନ୍ତି।
ବଲାଙ୍ଗିର ଶିକ୍ଷାବିତ ଶ୍ରୀ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକଙ୍କ ପରଲୋକ
Tuesday, February 03, 2026
0