ବାଲେଶ୍ବର, ୩୧/୧ (ଲକ୍ଷ୍ମୀଧର ବାରିକ) : ଜିଲ୍ଲା ନିଦାନ ବିଭାଗର ବରିଷ୍ଠ ପ୍ରାଯୁକ୍ତିକ ପ୍ରୟୋଗ ଶାଳା ସହାୟକ ଭାଗିରଥି ମାଝୀଙ୍କ ଅବସର ଏକ ରକ୍ତଦାନ ଶିବିର ଜିଲ୍ଲା ରକ୍ତ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ରକ୍ତଦାତା ସଂଘ, ସମ୍ବାଦ-ଆମ ଓଡ଼ିଶା, ଜିଲ୍ଲା ରକ୍ତ କେନ୍ଦ୍ର ଓ ଜିଲ୍ଲା ନିଦାନ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଓ ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ମନୋରଞ୍ଜନ ଦାସ ଯୋଗଦେଇ ଜିଲ୍ଲା ରକ୍ତ କେନ୍ଦ୍ର ଓ ନିଦାନ ବିଭାଗ ପ୍ରତି ଶ୍ରୀ ମାଝୀଙ୍କ ନିଃସ୍ବାର୍ଥପର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେବା ପ୍ରତି ତାଙ୍କର ଏହି ଅହେତୁକ ଅନୁରାଗ ସର୍ବୋପରି ଜଣେ ଭଲ ମଣିଷ ଭାବେ ତାଙ୍କର ବ୍ୟକ୍ତିତ୍ୱ ବେଶ ପ୍ରସ୍ଫୁଟିତ ଥିଲା ବୋଲି ଅତିଥିମାନେ କହିବା ସହିତ ତାଙ୍କ ଆଗାମୀ ଜୀବନ ସୁସ୍ଥ ଓ ନିରୋଗରେ ବିତୁ ବୋଲି କାମନା କରିଥିଲେ। ଶେଷରେ ଶ୍ରୀ ମାଝୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଶିବିରରୁ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏଥିରେ ମହିଳା ରକ୍ତଦାତା ଅଧିକ ରକ୍ତଦାନ କରିଥିଲେ।ଏଥିରେ ସୁଚିସ୍ମିତା ଦାସ, ମୋନାଲିସା ମହାନ୍ତି, ଟେକ୍ନିସିଆନ୍ ଦେବାଶିଷ ଦତ୍ତ, ବସନ୍ତ କୁମାର ଜେନା, ଜଗନ୍ନାଥ ପଣ୍ଡା, ସତ୍ୟ ପ୍ରକାଶ ଦାଶ, ସୌଭାଗ୍ୟ ବତୀ ପରିଡ଼ା, ଅକ୍ଷୟ ଜେନା, ପଲ୍ଲବୀ ମହାପାତ୍ର, ସବନମ ଦାସ, ପୁଷ୍ପିତା ଦାସ, ମାନାନି ମଲ୍ଲିକ, ରାଜିବି ଗାନ୍ଧୀ, ସନ୍ତୋଷ ବାରିକ, ମିହିର ନନ୍ଦ, ମାନସ ମହାନ୍ତି, ଜ୍ୟୋତ୍ରିମୟୀ ପଣ୍ଡା, ଲେଲିନ ପଣ୍ଡା, ଜ୍ୟୋତ୍ସ୍ନା ସ୍ୱାଇଁ, ଶୁଭଶ୍ରୀ ମହାରଣା, ସଙ୍ଗୀତା ପାତ୍ର, ଜ୍ୟୋତିଷ ପ୍ରଧାନ, ଅଜୟ ମହାପାତ୍ର, କ୍ଷୀରୋଦ ବେହେରା, ବିନୋଦ ଦାସ ପ୍ରମୁଖ ରକ୍ତଦାନ କରିବା ସହ ପରିଚାଳନା କରିଥିଲେ। ଆମ ଓଡ଼ିଶାର ଲକ୍ଷ୍ମୀଧର ବାରିକ ସହଯୋଗ କରିଥିଲେ।ବରିଷ୍ଠ ପ୍ରାଯୁକ୍ତିକ ଭାଗିରଥି ମାଝୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ବରିଷ୍ଠ ପ୍ରାଯୁକ୍ତିକ ଭାଗିରଥି ମାଝୀଙ୍କ ଅବସରରେ ରକ୍ତଦାନ ଶିବିର
Sunday, February 01, 2026
0