କଲ୍ୟାଣପୁର ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ

ଆଜତକ ଓଡ଼ିଶା
0

ମାହାଙ୍ଗା କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ୩ ଦିନ ବ୍ୟାପୀ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପୁରାତନ ଛାତ୍ରସଂଘ ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ କୁମାର ବେହେରା,ସମ୍ମାନିତ ଅତିଥିଭାବେ ଶିକ୍ଷୟିତ୍ରୀ ସବିତା ଦାସ, ଶିକ୍ଷୟିତ୍ରୀ ନୀଳାଶ୍ରୀ ନିରୋଜା ନଳିନୀ, ଶିକ୍ଷୟିତ୍ରୀ ମମତା ସାମଲ, ଶିକ୍ଷୟିତ୍ରୀ ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୌଦାମିନୀ ସିଂ,ଭାରତୀ ବେହେରା, ନିବେଦିତା ଶରଣ ପ୍ରମୁଖ ଉପସ୍ଥିତ ଥିଲେ ।ଚଳିତ ବର୍ଷ ପାଇଁ କନିଷ୍ଠ ବିଭାଗରେ ସ୍ୱାଧୀନ ପୃଷ୍ଟି ଏବଂ ବରିଷ୍ଠ ବିଭାଗରେ ଜୁନେଦ ଖାଁ ଚାମ୍ପିଆନ ହୋଇଥିଲେ ।  ଉଭୟ କ୍ରୀଡ଼ାବିତଙ୍କୁ ଟ୍ରଫି, ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର-ଛାତ୍ରୀ ମାନଙ୍କୁ ଅତିଥିମାନେ ଉତ୍ସବରେ ପୁରସ୍କୃତ କରିଥିଲେ । ଏହି ଅବସରରେ ଛାତ୍ର-ଛାତ୍ରୀଙ୍କ ପକ୍ଷରୁ ପରିବେଷଣ ହୋଇଥିବା ନୃତ୍ୟ, ସଂଗୀତ ଓ ଅଭିନୟକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ। ଏହି ଉତ୍ସବକୁ ପୁରାତନ ଛାତ୍ର ହେମନ୍ତ କୁମାର ବେହେରା,ଯୁବ ସଂଗଠକ ଗଣେଶ ଚନ୍ଦ୍ର ବିହାରୀ,ସତ୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default