ଆଜତକ ଓଡ଼ିଶା ବ୍ୟୁରୋ : ରାଜ୍ୟ NSS ଶାଖା ଟିମ୍ - ୫ ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ - ୨୦୨୬ ଆରମ୍ଭ ହୋଇଯାଇଛି । ଏହି ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ୨୮ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ଯାଏଁ ଚାଲିବ। ରାଜ୍ୟର ୩୬ ଜଣ NSS ସ୍ଵେଚ୍ଛାସେବୀ ଓ ୭ ଜଣ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଡଃ.S.J. S RamaDevi , NSS ପ୍ରୋଗ୍ରାମ ଅଫିସର, ସମ୍ବଲପୁର ବିଶ୍ଵବିଦ୍ୟାଳୟ (ସ୍ନାତକୋତ୍ତର ବିଭାଗର ) ଙ୍କ ବରିଷ୍ଠ ନେତୃତ୍ୱରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର ଓ ଐତିହାସିକ ସ୍ଥାନ ବୁଲି ଦେଖିବା ସହ ରାଜ୍ୟର ପ୍ରମୂଖ ମହାବିଦ୍ୟାଳୟ ପରିଭ୍ରମଣ କରୁଛନ୍ତି । ଏହି ଓଡିଶା ଦର୍ଶନ କାର୍ଯ୍ୟକ୍ରମ - ୨୦୨୬ ମାଧ୍ୟମରେ ଆମ ରାଜ୍ୟର ଯୁବପିଢୀ ମାନେ ରାଜ୍ୟର ଗୌରବମୟ ଇତିହାସ , ଐତିହ ଓ ସଂସ୍କୃତି ସମ୍ପର୍କରେ ଅବଗତ ହେବା ସହ ଭାବ ବିନିମୟ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରିବେଶ ସମ୍ପର୍କରେ ଅବଗତ ହୋଇ ପାରିବେ । ଏହି କ୍ରମରେ ଟିମ୍ - ୫ ପ୍ରାତଃହରେ ସୋନପୁର ମହାବିଦ୍ୟାଳୟ ପରିଭ୍ରମଣ ଯାଇଥିଲେ । ସେଠାରୁ ବାହାରି ସୋନପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ସେଠାରୁ ବାହାରି ପ୍ରମୂଖ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ ଓ ତା'ପରେ ପର୍ବତାରୋହଣ କରି ପ୍ରଭୁ ପାତାଳୀ ହୋଇଥିବା ସ୍ଥାନ ଦର୍ଶନ କରିଥିଲେ । ଅପରାହ୍ନରେ ଖଲିଆପାଲିସ୍ଥିତ ସନ୍ଥକବି ଭୀମ ଭୋଇ ଙ୍କ ସମାଧୀ ପୀଠ ପରିଦର୍ଶନ କରିଥିଲେ । ଏହି ଟିମ୍ - ୫ ରେ NSS ପ୍ରୋଗାମ ଅଫିସର୍ ଶ୍ରୀଯୁକ୍ତ ଭକ୍ତବନ୍ଧୁ ପ୍ରଧାନ, ଶ୍ରୀମତୀ ବୁନି ସାହୁ , ଶ୍ରୀମତୀ ବିଜଇନୀ ପଢିଆରୀ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗଚ୍ଛାୟତ, ଶ୍ରୀଯୁକ୍ତ ଡଃ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ଶ୍ରୀଯୁକ୍ତ ଡଃ ହେମନ୍ତ କୁମାର ମୁଦୁଳି ଓ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ବଗର୍ତ୍ତୀ ପ୍ରମୂଖ ଙ୍କ ସକ୍ରିୟ ସହଯୋଗିତାରେ କାର୍ଯ୍ୟକ୍ରମଟି ସଂମ୍ପୂର୍ଣ୍ଣ ସଫଳ ହୋଇପାରୁଛି ।

