ନାତିଡ଼ି ଖେଳପଡିଆରେ ଶକ୍ତି କ୍ରିକେଟ କପ ଉଦଯାପିତ, ମହିତଳା ଚାମ୍ପିଅନ

ଆଜତକ ଓଡ଼ିଶା
0

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ନାତିଡ଼ି ଖେଳପଡିଆରେ ଆୟୋଜିତ ଶକ୍ତି କ୍ରିକେଟ କପ ଟୁର୍ନାମେଣ୍ଟ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଶୋଭାଗ୍ୟନଗର ଓ ମହିତଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହିତଳା ଦଳ ନିର୍ଦ୍ଧାରିତ ୧୪.୩ ଓଭରରେ ୪ଟି ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲା। ଜବାବରେ ଶୋଭାଗ୍ୟନଗର ଦଳ ୧୫ ଓଭରରେ ୧୦ଟି ଉଇକେଟ ହରାଇ ୧୩୦ ରନ କରିପାରିଥିଲା। ଫଳରେ ମହିତଳା ଦଳ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅଧିକାର କରିଥିଲା।


ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିବାବେଳେ ସମାଜସେବୀ ସରୋଜ କୁମାର ସାହୁ, ନାତିଡ଼ି ଗ୍ରାମର ସଭାପତି ଶଶାଙ୍କ ଶେଖର ସାମଲ, ସମ୍ପାଦକ ପ୍ରେମାନନ୍ଦ ଗଡ଼ନାୟକ, ଯୁବ ବ୍ୟବସାୟୀ ଲିପୁନା ଭୁକ୍ତା, ପଦ୍ମାବତୀପୁର ସରପଞ୍ଚ ମହଗା ବେହେରା, ରାକସ ଗ୍ରାମର କବି ହରିହର ଭୁକ୍ତା, ସନାତନ ଖିଲାର, ବାଉରୀ ବନ୍ଧୁ ବେହେରା, ସମିତି ସଭ୍ୟ ପ୍ରଦୀପ ବେହେରା, ରାମଚନ୍ଦ୍ର ବେହେରା, ମନୋଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନର୍ସଅପ ଓ ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଟୁର୍ନାମେଣ୍ଟକୁ ଶକ୍ତି କ୍ରିକେଟ କ୍ଲବର ସଦସ୍ୟ ଆନନ୍ଦ, ଚଗଲା, ବଳିଆ, ସୁବାଷ, ଟୁଲୁ, ଗୋବିନ୍ଦା, ବୁବୁଲ ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default