କୋମନା:- ୨୪/୦୧/୨୦୨୬/ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନା ରେ ୫୬ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳନ ହୋଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ବିବେକାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମଦନ ସୁନ୍ଦର ହୋତା, ଶ୍ରୀଯୁକ୍ତ ଭୁବନ ବାଗ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀ ପାତ୍ର ମହୋଦୟ ସଭାପତିତ୍ୱ କରୁଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ ସୀତାରାମ ସାହୁ ମଞ୍ଚ ପରିଚାଳନା କରିଥିଲେ। ବାର୍ଷିକ ଉତ୍ସବ କୌଣସି ବିଦ୍ୟାଳୟ ର ମାପ ଚୁକ କରିବାର ପର୍ବ, ଏଥିରେ ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା ପ୍ରତିପାଦନ ହୋଇଥାଏ। ଛାତ୍ରଛାତ୍ରୀ ଙ୍କ ମନୋବଳକୁ ବଢେଇବା ର ବାଟ ହେଉଛି ବାର୍ଷିକ ଉତ୍ସବ ବୋଲି ଆତିଥି ବକ୍ତା ମାନେ ନିଜ ବକ୍ତବ୍ୟରେ ପ୍ରତିପାଦନ କରିଥିଲେ। ୫୬ ବର୍ଷ ପୁରାତନ ଐତିହ ସମ୍ପନ୍ନ ଏଇ ବିଦ୍ୟାଳୟ ର ନବକଳେବର ଜାଣିବା ପାଇଁ ସଂମ୍ମାନିତ ଆତିଥି ଶ୍ରୀଯୁକ୍ତ ମଦନ ସୁନ୍ଦର ହୋତା ଏବଂ ଶ୍ରୀଯୁକ୍ତ ହରିକେଶ ଜାଲ ମହୋଦୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଧୃଢ ଆହ୍ୱାନ ଦେଇଥିଲେ। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତି ମହୋଦୟଙ୍କ ପ୍ରେରଣାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ନିୟତି ନମ୍ରତା ସୁନାନି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ତତ ସହିତ ବିଦ୍ୟାଳୟ ର ଶିକ୍ଷାମିତ୍ର ପୁରସ୍କାର ଶିକ୍ଷକ ଦେବରାଜ ବିନ୍ଦା ମହୋଦୟଙ୍କୁ ପ୍ରଦାନ କରାଯାଇ ଥିଲା। ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସଂକୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶିକ୍ଷକ ରାମଚନ୍ଦ୍ର ବଗର୍ତି ଅତି ରୋମାଞ୍ଚକ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶୁକଦେବ ବରିହା, ବିପ୍ଲବ ରଞ୍ଜନ ବାଗ, ଦେବାଶିଷ ଆଚାର୍ଯ୍ୟ, ଦେବରାଜଦ ବିନ୍ଦା, ଟିକେଶ୍ୱର ସାହୁ, ପ୍ରୀତି ରଞ୍ଜନ ଶବର, ସାଇ ଆଶିଷ ହୋତା, ଜଗତ ପାତ୍ର, ଦାମୋଦର ଭୁସାଗର ଶ୍ରୀମରାଣୀ ଗିରି ଯୋଗୀତା ଶବର, ସଂଗୀତା ନାଗ ତଥା ଚିତ୍ତମନ ନାଏକ, ଭାଗବତୀ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ।
ବୁଦ୍ଧିକୋମନା ପଞ୍ଚାୟତ ସରକାରି ଉଚ୍ଚ ବିଦ୍ୟାଳୟରେ ୫୬ତମ ବାର୍ଷିକ ଉତ୍ସଵ ପାଲିତ
Saturday, January 24, 2026
0