ନୁଆପଡ଼ା ୧୩/୦୧ : ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ସାଧନ କେନ୍ଦ୍ର ଅନ୍ତର୍ଗତ କଲୋନୀପଡା ପ୍ରାଥମିକ ବିଦ୍ୟାଳୟ ଠାରେ ୧୨ ଗୋଟି ବିଦ୍ୟାଳୟର ୨୪ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତରବୋଡ ସରପଞ୍ଚ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ପୃଷ୍ଟି, ସମ୍ମାନିତ ଅତିଥି ମନିଯର ଆର୍ଯ୍ୟ ଯୋଗଦାନ କରିଥିଲେ। ସିଆରସିସି ଶ୍ରୀ ପରସରାମ ଅହିର ସମସ୍ତଙ୍କୁ ସ୍ବାଗତ କରିବା ସହ ଆଜିର ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କଲୋନୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ବମ୍ବର ରାଉତରାୟ ଓ ଲିମଡିହି ଉ,ପ୍ରା, ବିଦ୍ୟାଲୟର ଶ୍ରୀମତୀ ରଶ୍ମୀରେଖା ଦେବତା ମଞ୍ଚ ପରିଚାଳନା କରିଥିଲେ। ସର୍ବମୋଟ ୬୫ଗୋଟି ଉଚ୍ଚ କୋଟୀର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।ମୁଖ୍ୟ ଅତିଥି ସମସ୍ତ ଶିକ୍ଷଣ ସାମଗ୍ରୀ ଗୁଡିକୁ ବୁଲି ଦେଖିଥିଲେ ଓ ଖୁସି ବ୍ୟକ୍ତ କରିଥିଲେ।କ୍ଳଷ୍ଟର ସ୍ତରରେ ଗୋହିରାପଦର ପ୍ରାଥମିକ ବିଦ୍ୟାଳୟ ପ୍ରଥମ,କରଙ୍ଗାଭଟା ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ତଥା କାଶିପଲା ଉ,ପ୍ରା, ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଓ ଟ୍ରଫି ଗ୍ରହଣ କରିଥିଲେ। ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ। ସି ଆର୍ ସି ସି ପରସରାମ ଅହିର ଧନ୍ୟବାଦ ଅର୍ପଣ କରିଥିଲେ।
ତରବୋଡ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀମେଳା ଅନୁଷ୍ଠିତ
Tuesday, January 13, 2026
0