ନୂଆପଡାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡା ୧୨/୦୧ : ନୂଆପଡା ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ସ୍ଥାନୀୟ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରସନ୍ନ ପାଢ଼ୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରି ସାହୁ, କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ପରିଷଦ ସଭ୍ୟ ଭାରତ ଲାଲ ରାଉତ, ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆପେକ୍ସ କମିଟି ସଭାପତି ମିଳନ ଯାଦବ, ଡୁମେରବାହାଲ ଆପେକ୍ସ କମିଟି ସଭାପତି ରାଧେଶ୍ୟାମ ସାନ୍ତା, ସିଡିଏଓ ପ୍ରଦୀପ କୁମାର ନାୟକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପ୍ରେମାନନ୍ଦ ମାଝୀ ସମସ୍ତଙ୍କୁ ସମାରୋହରେ ସ୍ବାଗତ କରି ସମ୍ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନେ ଉପସ୍ଥିତ ଚାଷୀମାନଙ୍କୁ ଉଦ୍ବୋଧନ ଦେଇ ଜଳର ସୁପରିଚାଳନା ଓ ସୁବିନିଯୋଗ କରିବା ପାଇଁ ଆହ୍ଵାନ ଦେଇଥିଲେ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପ୍ରେମାନନ୍ଦ ମାଝୀ କହିଲେ ଯେ, ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡିଭିଜନ ସ୍ତରରେ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ଜିଲ୍ଲା ସ୍ତରୀୟ ସମାରୋହର ଆୟୋଜନ କରାଗଲା। ଜିଲ୍ଲାପାଳ ଏହି ପକ୍ଷ ପାଳନର ସଂଯୋଜକ ଏବଂ ସମନ୍ୱୟକାରୀ (convenor and coordinator) । ଏହି ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଳର ସୁପରିଚାଳନା, ସୁବିନିଯୋଗ ଏବଂ ଚାଷୀ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ଚାଷ କାର୍ଯ୍ୟକୁ ଆଗକୁ ନେଇଯିବା । ଏହି ଅବସରରେ ପକ୍ଷ ପାଳନ ନିମନ୍ତେ ଆୟୋଜିତ କୁଇଜ୍, ଚିତ୍ରାଙ୍କନ, ନିବନ୍ଧ, ବିତର୍କ ଓ ପ୍ରଦର୍ଶନୀ ଇତ୍ୟାଦି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରଥମ ପୁରସ୍କାର ରାଶି ଥିଲା ୨୫୦୦ ଟଙ୍କା, ଦ୍ୱିତୀୟ ୨୦୦୦ ଟଙ୍କା ଓ ତୃତୀୟ ୧୫୦୦ ଟଙ୍କା । ନୂଆପଡ଼ା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜ୍ୱଳ ଜାନୀ ଏବଂ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ପ୍ରମୁଖ ସମାରୋହ ପରିଚାଳନା କରିଥିଲେ । ଏଥିରେ ଜଳସେଚନ ବିଭାଗର ସମସ୍ତ ଯନ୍ତ୍ରୀ,ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default