ନୂଆପଡା ୧୩/୦୧ : ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ ଅନ୍ତର୍ଗତ ବାଗମୁଣ୍ଡା ଗ୍ରାମରେ ଚାଲିଥିବା ୧୬ତମ ମା’ ବାଗମୁଣ୍ଡେନ କ୍ରିକେଟ୍ ପ୍ରତିଯୋଗିତା ଉତଘାଟିତ ହୋଇଯାଇଛି । ଉତଘାଟନ ଦିନରେ ୩ଟି ମ୍ୟାଚ୍ ଖେଳା ଯାଇଥିବାବେଲେ ପ୍ରଥମ ମ୍ୟାଚ ଗାତିବେଡା ଓ ଝିଲମିଲା ମଧ୍ୟରେ ମ୍ୟାଚ୍ ହୋଇଥିଲା । ଦ୍ୱତୀୟ ମ୍ୟାଚ ଦିଆମୁଣ୍ଡା ଓ ଲଟକନପଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦିନର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଦିଆମୁଣ୍ଡା ଓ ଝିଲମିଲା ଭିତରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ କାଳିଆ ପ୍ରଧାନ, ସମାଜସେବୀ ଗୋନ୍ତିଆ ଖେରା ମଟାରୀ, ଓସରାମ ସାହୁ, ଭୁଏ ମଟାରୀ ଉପସ୍ଥିତ ରହି ଶୁଭ ଉତଘାଟନ କରିଥିଲେ । ମ୍ୟାଚ ରେ ମୁକେଶ ସାହୁ, ଗୌର ସତନାମୀ ଖେଳ ପରିଚାଳନା କରିଥିବା ବେଳେ ଉମା ଶଙ୍କର ବାଗ ସ୍କୋର ର ଦାୟିତ୍ୱ ତୁଲାଇ ଥିଲେ ଓ ୟାଦରାମ ସାହୁ ଧାରା ବିବରଣୀ କରିଥିଲେ । ସଚିନ ମିର୍ଦ୍ଧା, ସରୋଜ ସାହୁ, ଚୁମନ ସତନାମୀ, ତସିଲ ବରିହା, ନରେଶ ସତନାମୀ, ଭକଚନ ସତନାମୀ, କୁନାଲ ମଟାରୀ, ରାହୁଲ ସତନାମୀ, ଭାର୍ଗବ ବାଗ, ଡଳେଶ୍ୱର ମଟାରୀ ପ୍ରମୁଖ ଆୟୋଜକ ଦଳର ସଦସ୍ୟ ମାନେ ସହଯୋଗ କରିଥିଲେ । ଆଜି ଆରମ୍ଭ ହୋଇ ୧୭ତାରିଖ ଉତଯାପନୀ ହେବାର କାର୍ଯ୍ୟକ୍ରମ ରହିଛି ।ପ୍ରତିଯୋଗିତାରେ ଆଖ ପାଖ ର ୧୬ଟି ଦଳ ଅଂଶ ଗ୍ରହଣ କରିବେ, ବିଜେତା ଦଳ କୁ ୧୨ହଜାର ଟ୍ରଫି, ଉପ ବିଜେତା ଦଳ କୁ ୮ହଜାର ଓ ଟ୍ରଫି ପ୍ରଦାନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।
୧୬ତମ ମାଁ ବାଗମୁଣ୍ଡେନ କପ କ୍ରିକେଟ ଟୁର୍ନାମେଣ୍ଟ ଉତଘାଟିତ
Tuesday, January 13, 2026
0