ଦେଶ ଓ ଜାତି ଗଢିବାରେ ଶିକ୍ଷକଙ୍କ ଅବଦାନ ଅତୁଳନୀୟ

ଆଜତକ ଓଡ଼ିଶା
0

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଆଞ୍ଚଳିକ ସାଧନ କେନ୍ଦ୍ର ପରିସର ଭୁକ୍ତ ନୀଳଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଉକ୍ତ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁଭନାରାୟଣ ଦଣ୍ଡସେନା ଙ୍କ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରରେ ନୀଳଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ନୀଳଜି ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ କୁମାର ତିୱାରୀ, ବିଶିଷ୍ଟ ଅତିଥି ଭାବରେ ଟିମନପୁର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବୈକୁଣ୍ଠ ଦଣ୍ଡସେନା,ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଖଡ଼ିଆଳ ଏ ବି ଇ ଓ ଶ୍ରୀଯୁକ୍ତ ବୋଲଧର ନାଗ, ସମ୍ମାନିତ ଅତିଥିଭାବରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁଭନାରାୟଣ ଦଣ୍ଡସେନା, ପୂର୍ବତନ ସି ଆର ସି ସି ରାକେଶ କୁମାର ମିଶ୍ର ଏବଂ ବୈଗାପଡା ଉ : ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ସା ଯୋଗ ଦେଇଥିଲେ । ସଭାପ୍ରାରମ୍ବରେ ଅତିଥିଗଣଙ୍କ ଦ୍ୱାରା ଦେବପୂଜନ କାର୍ଯ୍ୟ ସରିଲା ପରେ ଛାତ୍ରୀ ମାନେ ସୁଲଳିତ କଣ୍ଠରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅତିଥି ଓ ଶିକ୍ଷକଗଣ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁଭନାରାୟଣ ଦଣ୍ଡସେନା ଙ୍କ ଶିକ୍ଷକତା ଜୀବନର ଆଦର୍ଶତା, ସମୟାନୁ ବର୍ତ୍ତିତା, ଛାତ୍ର ବତ୍ସଲତା, ଉତ୍ତମ ଗୋଷ୍ଠୀ ସମ୍ପର୍କ, ବନ୍ଧୁତା ଭାବ, ଧର୍ମ ପରାୟଣତା ଓ କର୍ତ୍ତବ୍ୟ ପରାୟଣତା, ଗୁଣ ଗୁଡିକର ବିଶଦ ଆଲୋଚନା କରିଥିଲେ । ୧୯୮୪ ମସିହାରେ ଟିମନପୁର ପରି ଅନୁନ୍ନତ ଅଂଚଳରେ ଶିକ୍ଷା ର ପ୍ରସାର ପାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରି ସହକାରୀ ଶିକ୍ଷକ ଭାବରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ସହ ଅଗଣିତ କୃତି ଛାତ୍ର, ଉତ୍ତମ ନାଗରିକ ଶିକ୍ଷକ,ବ୍ୟବସାୟୀ,ଅନ୍ୟାନ୍ୟ ଜନସେବାକାରୀ , ଲୋକପ୍ରତିନିଧି ସୃଷ୍ଟିକରିବାରେ ସହାୟକ ହୋଇଛନ୍ତି । ଦେଶ ଓ ଜାତି ଗଢିବାରେ ଶିକ୍ଷକ ଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାଗଣ ମତଦେବାସହ ବିଦାୟୀ ଶିକ୍ଷକଙ୍କ ଯଶ ଗାନ କରିଥିଲେ । ତାପରେ ଅତିଥି ଓ ଶିକ୍ଷକ ଗଣ ବିଦାୟୀ ଶିକ୍ଷକ ଙ୍କୁ ଫୁଲ, ଚନ୍ଦନ, ସିନ୍ଦୁର, ଅବିର ଲଗାଇ ଉପଢୌକନ ଓ ମାନ ପତ୍ରଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ଗୃହରେ ଆୟୋଜିତ ଭବ୍ୟ ସ୍ୱାଗତ ସମ୍ମର୍ଦ୍ଧନା ଉତ୍ସବ ରେ ନୂଆପଡା ଜିଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କ ସହ କେକ କାଟି ତାଙ୍କର ଦୀର୍ଘ ଓ ନିରାମୟ ଜୀବନର ଶୁଭ କାମନା କରିଥିଲେ । ଏହି ଉତ୍ସବ ରେ ବିଦାୟୀ ଶିକ୍ଷକଙ୍କ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ଵଜନ, ଅଂଚଳ ର ବୁଦ୍ଧି ଯିବି ଓ ଶିକ୍ଷକ ସମାଜ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default