ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଏମସିର କଡ଼ା ପଦକ୍ଷେପ । ହୋଟେଲ, ଢ଼ାବା, ସ୍କୁଲରେ କେହି ବ୍ୟବହାର କରିବେନି ସଲିଡ଼ ଫୁଏଲ । ନିର୍ମାଣଧୀନ ଅଞ୍ଚଳରେ ଲାଗିବ ଗ୍ରୀନ କଭର । କୌଣସି ଅନିୟମିତତା ହେଲେ ବାତିଲ ହେବ ପ୍ଲାନ ଆପ୍ରୁଭାଲ ।ଭୁବନେଶ୍ୱର ଏବଂ କଟକରେ ବାୟୁର ମାନ ସୂଚକାଙ୍କ ଖରାପ ହେଉଥିବାରୁ ଆଜିଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହାର କାରଣ ଖୋଜିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ଯେଉଁଥିରେ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ରହି କାରଣ ଓ ନିରାକରଣ ଖୋଜିଥିଲେ । ବୈଠକରେ ନିଷ୍ପତ୍ତି ହୋଇଛି ରାସ୍ତାରେ ଧୂଳି କଣିକା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ଛିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଏମସିର କଡା ପଦକ୍ଷେପ ନେଇଛି । ହୋଟେଲ, ଢ଼ାବା, ସ୍କୁଲରେ କେହି ବ୍ୟବହାର କରିବେନି ସଲିଡ଼ ଫୁଏଲ । ନିର୍ମାଣଧୀନ ଅଞ୍ଚଳରେ ରହିବ ଗ୍ରୀନ୍ କଭର । କୌଣସି ଅନିୟମିତତା ହେଲେ ବାତିଲ ହେବ ପ୍ଲାନ ଆପ୍ରୁଭାଲ । ଇଡ଼କୋ ଏମଡିଙ୍କୁ ଅନୁରୋଧ କରିଛୁ ୨ରୁ ୩ ଥର ରାସ୍ତାରେ ପାଣି ସିଞ୍ଚନ କରିବେ । ଜବରଦଖଲ ଉଚ୍ଛେଦ ସମୟରେ ହେଉଥିବା ପ୍ରଦୂଷଣ ଉପରେ ଗୁରୁତ୍ୱ । ଲିଙ୍ଗରାଜ ଅଞ୍ଚଳରେ ପ୍ରଦୂଷଣ ମାତ୍ର ଅଧିକ ଥିବାରୁ ବସଷ୍ଟାଣ୍ଡ, ରାସ୍ତାରେ ନିୟମିତ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ତାଳଚେର ଓ ବାଲେଶ୍ୱରରେ କଟକଣା ମଧ୍ୟ ଜାରି କରାଯାଇଛି ।
ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି
Tuesday, January 06, 2026
0