୨୪ କୁଣ୍ଡୀୟ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା

ଆଜତକ ଓଡ଼ିଶା
0

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ରାଷ୍ଟ୍ରୀୟ  ଶୌର୍ଯ୍ୟ  ସଂବୃଦ୍ଧି ୨୪ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଅଧିକ ମହିଳା କଳସ ବୋହିଥିଲା ବେଳେ ୧୦୦୦୦ ରୁ ଅଧିକ ଜନସାଧାରଣ ଯୋଗ ଦେବା ସହ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଟୋଳି ନାୟକ ଋଷି ପୁତ୍ର ସଂଦିପ ପାଣ୍ତିଆ ଜୀ ଓ ବନୱାରି ଲାଲ ଜୀ ଓ ଅନ୍ୟାନ୍ୟ ଋଷି ପୁତ୍ରଗଣ ,ସିନାପାଲି ଶକ୍ତିପୀଠ କର୍ମକର୍ତ୍ତା ,ଖରିଆର ଶକ୍ତି ପୀଠ,ରାଣୀମୁଣ୍ତା ଶକ୍ତିପୀଠ,ହାତିବନ୍ଧା ପ୍ରଜ୍ଞାପୀଠ, ନୂଆପଡା ଜିଲ୍ଲା ଗାୟତ୍ରୀ ପରିବାର, ତଥା ଗଣ୍ତାବାହାଲି ଗ୍ରାମବାସୀ ଉପସ୍ଥିତ ରହିଥିଲେ । କଳସ ଯାତ୍ରା ସହ ବିଭିନ୍ନ ସାଂସ୍କୃତିକ ଦଳ ଘୁମୁରା, ଘୋଡ଼ା ନାଚ, ଘଣ୍ଟବାଦ୍ୟ, ରାମକାଠି ମହିଳା ଦଳ ନିଜର କଳା ସଂସ୍କୃତିର ପ୍ରଦର୍ଶନ କରିଥିଲେ ।ଜୟ ଘୋଷ ନାରାରେ ଗ୍ରାମ ପ୍ରକମ୍ପିତ ହେବା ସହ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ସଂଧ୍ୟା ସମୟରେ ବରିଷ୍ଠ ପ୍ରବଚକ ମାନଙ୍କ ଦ୍ବାରା ସୁନ୍ଦର ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

0 Comments

Please Select Embedded Mode To show the Comment System.*

3/related/default