କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୨୦ ତମ ବାର୍ଷିକ ଉତ୍ସବ : ଶିକ୍ଷା ର ବିକାଶ ହେଲେ ଆମେ ବିକାଶ

ଆଜତକ ଓଡ଼ିଶା
0

ବଙ୍ଗୋମୁଣ୍ଡା (୩୦।୦୧ ବ୍ୟୁରୋ) - ଶିକ୍ଷା ର ବିକାଶ ହେଲେ ଆମେ ବିକଶିତ ହେବା । ଶିକ୍ଷା କୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛନ୍ତି । ଶିକ୍ଷା ର ବିକାଶ ପାଇଁ ବହୁ ଅର୍ଥ ଯୋଗାଇ ଦିଆଯାଉଛି । ଜଣେ ଛାତ୍ର କେବଳ ପାଠରେ ନୁହେଁ ପ୍ରତି କ୍ଷେତ୍ର ରେ ନିଜ ପ୍ରତିଭା ଦେଖାଇବା ସହ ପୂର୍ଣ୍ଣାଙ୍ଗ ଭାବେ ନିଜ କୁ କିଭଳି ଭାବେ ପ୍ରତିପାଦନ କରି ପାରିବେ ସେଥିପାଇଁ ରାଜ୍ୟ ସରକାର ଚେଷ୍ଟିତ ବୋଲି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୨୦ତମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏହି ମତ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟବକ୍ତା ଭାବେ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ, ସମ୍ମାନୀୟ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ,ଆଲୁମନି କମିଟି ର ସଭାପତି ପୃଥିରାଜ ବାଗ,ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପରମେଶ୍ୱର ମହାନନ୍ଦ,ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ପୂର୍ବତନ ସମ୍ପାଦକ ଭୁରିଶ୍ରବା ବିଶି, ପୂର୍ବତନ ସଭାପତି ମଧୁସୂଦନ ସାହୁ, ପରିଚାଳନା କମିଟି ର ସଦସ୍ୟ କୁଶଧ୍ୱଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇମାନବ ସମାଜ ପାଇଁ ଶିକ୍ଷା ଏକ ଜରୁରୀ । ଜୀବନରେ ଶିକ୍ଷା ଅନେକ ସହାୟକ ହୋଇଥାଏ । ଶିକ୍ଷା ସମାଜ ଗଠନର ମୂଳମନ୍ତ୍ର । ସମାଜକୁ ସଂସ୍କାରିତ କରିଥାଏ ଶିକ୍ଷା। ଶିକ୍ଷାକୁ ପ୍ରସାର କରିବା ସମସ୍ତଙ୍କର କର୍ତ୍ତବ୍ୟ ହେଉ । ସମାଜ ଗଠନ ପାଇଁ ସମସ୍ତେ ସମର୍ପିତ ହେବା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଶିକ୍ଷକ ବରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦକ୍ଷ ହଂସ, ସାମ୍ବାଦିକ କ୍ଷେତ୍ର ରେ ହୁଲେଶ୍ୱର ହଂସ, ସମାଜସେବା କ୍ଷେତ୍ର ରେ ସମିତି ସଭ୍ୟ କେଦାର ଭୋଇ, କଣ୍ଠଶିଳ୍ପୀକ୍ଷେତ୍ର ରେ ଖଗେଶ୍ବର ବାଗ, ସ୍ବର୍ଗତ ଶିକ୍ଷକ କୀର୍ତ୍ତନ ବେହେରା ଙ୍କ ପୁଅ କୁଶଧ୍ୱଜ ବେହେରା ପ୍ରମୁଖ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଶିକ୍ଷକ କିରଣ କୁମାର ପ୍ରଧାନ, ଯୋଗିଚନ୍ଦ୍ର ବିଶି, କିରାଣୀ ବୃନ୍ଦାବନ ବେହେରା, କର୍ମଚାରୀ ନରଫଳ ହଂସ, ତୁଲାରାମ ଛତ୍ରୀଆ,ଗଣେଶ ବିଶି, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ଶୁଭାକର ନାଗ, ତରଣୀ ନାଗ, ସନ୍ତୋଷ ହଂସ, ପରମାନନ୍ଦ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦୀର୍ଘ ସମୟ ଧରି ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default