ବାଲେଶ୍ୱର, ୩୦/୧(ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ସଦର ବ୍ଲକ ରସୁଲପୁର ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦରବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ଯୁବନେତା ମାନସ ଦାସ ପଟ୍ଟନାୟକ, ରସୁଲପୁର ପଂଚାୟତ ସରପଞ୍ଚ ଭାରତୀ ତରେଇ ପ୍ରମୁଖ ଯୋଗଦେଇ ପଞ୍ଚାୟତର ସମସ୍ତ ଓ୍ବାର୍ଡରେ ବିଜେଡିକୁ ସଂଗଠିତ ଓ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ପୁଣିଥରେ ଜିତାଇବାକୁ ବାର୍ତ୍ତା ଦେଇଥିଲେ। ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ଆୟୋଜନ କରାଯିବ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟଦଳର ପ୍ରାୟ ୨୦ରୁ ଊର୍ଦ୍ଧ୍ବ କର୍ମୀ ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୨୮ନମ୍ୱର ଜୋନ ଜିଲ୍ଲାପରିଷଦ ସଞ୍ଜୟସେଠୀ, ରାଇସୁଆଁ ପଂଚାୟତର ସରପଞ୍ଚ ଅଜିତ ମହାପାତ୍ର, ରସଲପୁର ପଚାୟତର ନାଏବ ସରପଞ୍ଚ ହରିଶଙ୍କର ପାଣି, ବରିଷ୍ଠ ନେତା ଅଙ୍କୁର ପ୍ରମୁଖ ମଞ୍ଚାସିନ ଥିବାବେଳେ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ରସୁଲପୁର ପଞ୍ଚାୟତରେ ବିଜେଡିର ବନ୍ଧୁମିଳନ
Friday, January 30, 2026
0