ବୀରମହାରାଜପୁର, ୧୩/୧ (ଚୈତନ୍ୟ ଭୁକ୍ତା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆସନ୍ତା ୨୭ ଜାନୁୟାରୀ ଠାରୁ ୪ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଅନୁଷ୍ଠିତ ହୋଇଯାଇଛି । ପ୍ରସିଦ୍ଧ ଦେବୀ ପୀଠ ମେଟାକାନି ମନ୍ଦିର ପରିସରରେ କଂସ ମହାରାଜ ଝସକେତନ ପଧାନଙ୍କୁ କଂସ ଭାବରେ ବରଣ କରାଯାଇଥିଲା । କଂସ ବରଣ ସମୟରେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ହୋତା, ଗୋଲକ ବିହାରୀ ଦୀକ୍ଷିତ, ଅବିନାଶ ଥନାପତି, ପ୍ରକାଶ ପଧାନ, ଆକାଶ ଥନାପତି, ସୁରୁବାବୁ ପଧାନ, ବିଜୟ କୁମାର ନାଏକ,ପ୍ରଶାନ୍ତ ଜଗଦଲା, ଶଶୀ, ସୁବାସ, ଶୁଭମ ବେହେରାମାଲି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ମିନବଜାର, ବାଲୁକା କଳା ସାଙ୍ଗକୁ କଟକ ର ସିଂଘମ ଡ୍ୟାନ୍ସ ଗ୍ରୁପ ଚମତ୍କାର ନୃତ୍ୟ ପରିବେଷଣ କରିବେ ବୋଲି ଆୟୋଜକ କମିଟି ସଭାପତି କିଶୋର ହୋତା ପ୍ରକାଶ କରିଛନ୍ତି।
ବୀରମହାରାଜପୁର ଧନୁଯାତ୍ରା ପାଇଁ ସରିଲା କଂସ ବରଣ ଜାନୁୟାରୀ ୨୭ ଠାରୁ ଫେବୃଆରୀ ୪ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଚାଲିବ ମୁକ୍ତ ରଙ୍ଗମଞ୍ଚରେ
Tuesday, January 13, 2026
0