ମୁରିବାହାଲ : ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଯୁବକ ସଂଘ, ମୁରିବାହାଲ ତରଫରୁ ୧୬୪ତମ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିଭାବର ସହିତ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନେକ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ, ସମାଜସେବା, ଦେଶପ୍ରେମ ଓ ଯୁବପୀଢ଼ି ପାଇଁ ତାଙ୍କର ଅମୂଲ୍ୟ ଅବଦାନ ସମ୍ପର୍କରେ ମୂଲ୍ୟବାନ ମତାମତ ପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ ଯେ ସ୍ବାମୀ ବିବେକାନନ୍ଦଙ୍କର ଆଦର୍ଶ ଓ ବିଚାରଧାରା ଆଜିର ଯୁବପୀଢ଼ିଙ୍କୁ ଆତ୍ମବିଶ୍ୱାସୀ, ସ୍ୱାଭିମାନୀ ଓ ଦେଶସେବାରେ ନିୟୋଜିତ ହେବାକୁ ପ୍ରେରଣା ଯୋଗାଇଥାଏ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସୁଧାଂଶୁ ପୋଢ଼ ଯାଦବ, ସମ୍ପାଦକ ପ୍ରେମାନନ୍ଦ ମାଝି, ରିତିକ ସାହୁ, କୋଷାଧ୍ୟକ୍ଷ ଆକାଶ ମହାକୁର ସହିତ ପରିଚାଳନା କମିଟିର ସଦସ୍ୟ ବିକି ମହାରଣା, ଉଦିତ କୁମାର କଟା, ବାବୁଲି ରାଉତ, ଯଦୁ ସାହୁ, କରନ ଜାଲ, ମାନସ ଭାଇ, ମନୋହର ଥାଟି, ରବୀନ୍ଦ୍ର ମହାକୁର ଉପସ୍ଥିତ ଥିଲେ। ସେହିପରି ସଂଘର ଉପଦେଷ୍ଟା ବିଶ୍ୱ ବିହାରୀ ଯୋଶୀ, ଭଗତ ନାଗ, ତରୁଣ ପୋଢ଼, ରାଜୀବ କୁମାର ମହାନ୍ତି, ମଧୁସୁଦାନ ନାଗ, ଭରତ ଦାସ ସହ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସଭାର ଶେଷରେ ପଦ୍ମଲୋଚନ ସାହୁ ସମସ୍ତ ଅତିଥି, ସଦସ୍ୟ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଉପସଂହାର କରିଥିଲେ।
ମୁରିବାହାଲରେ ଧୁମଧାମରେ ୧୬୪ତମ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
Tuesday, January 13, 2026
0