ସହାୟକ କୃଷି ଅଧିକାରୀ ପରୀକ୍ଷା ତାରିଖକୁ ନେଇ ଅସନ୍ତୋଷ

ଆଜତକ ଓଡ଼ିଶା
0
କାକଟପୁର, (୧୨/୦୧ ଅଲେଖ ବିଶ୍ଵାଳ) ଓଡ଼ିଶା ଲୋକସେବା ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ଫେବ୍ରୁଆରି ୧୯ ତାରିଖ ଦିନ ସହାୟକ କୃଷି ଅଧିକାରୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ଆୟୋଗ ତରଫରୁ ଘୋଷଣା କରାଯାଇଛି। ଆବେଦନକାରୀଙ୍କ ନିମନ୍ତେ ଦରଖାସ୍ତ ଆହ୍ଵାନର ଶେଷ ତାରିଖ ଜାନୁଆରି ୩୦ ତାରିଖ ରହିଛି । ଆବେଦନକାରୀଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ମାତ୍ର ୧୯ ଦିନ ମିଳୁଛି । ବିଜ୍ଞପ୍ତି ପ୍ରକାଶନର ତାରିଖ ଏବଂ ଲିଖିତ ପରୀକ୍ଷା ତାରିଖ ମଧ୍ୟରେ ସର୍ବନିମ୍ନ ୯୦ ଦିନର ଅବଧି ରହିବା ପରିବର୍ତ୍ତେ ମାତ୍ର ୧୯ ଦିନ ରହୁଥିବାରୁ ବହୁ ଆବେଦନକାରୀ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନଗୁଡ଼ିକ ଅତ୍ୟନ୍ତ କଷ୍ଟ ତଥା ଦୀର୍ଘ ଉତ୍ତର ମୂଳକ ହୋଇଥିବାରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଏତେ କମ୍ ସମୟ ମଧ୍ୟରେ ପ୍ରସ୍ତୁତି ହେବା ଏକ କଷ୍ଟକର ବୋଲି ଇଚ୍ଛୁକ ପରୀକ୍ଷାର୍ଥୀମାନେ କହିଛନ୍ତି ।ପରୀକ୍ଷା ହେବାକୁ ଥିବା ଦିନାଙ୍କଟି ଗୋଟିଏ କାର୍ଯ୍ୟ ଦିବସରେ ପଡୁଥିବାରୁ ଦୂରଦୂରାନ୍ତରୁ ଆସିବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ଗମନାଗମନ ଓ ରହଣୀରେ ବାଧା ଉପୁଜିବାର ଆଶଙ୍କା ରହିଛି। ଉପରୋକ୍ତ ସମସ୍ୟାକୁ ବିଚାର କରି ବିଜ୍ଞପ୍ତି ପ୍ରକାଶନର ତାରିଖ ଏବଂ ଲିଖିତ ପରୀକ୍ଷା ତାରିଖ ମଧ୍ୟରେ ସର୍ବନିମ୍ନ ୯୦ ଦିନର ଅବଧି ରଖିବାକୁ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷ ଲୋକସେବା ଆୟୋଗ, କୃଷି ମନ୍ତ୍ରୀ, ସଚିବଙ୍କ ନିକଟରେ ଦାବି କରାଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default