ଜାତୀୟ ଯୁବ ଦିବସ ପାଳିତ

ଆଜତକ ଓଡ଼ିଶା
0

ବୀରମହାରାଜପୁର ୧୨/୧ (ଚୈତନ୍ୟ ଭୁକ୍ତା ):ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି. ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥିରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଅଧ୍ୟକ୍ଷତା କରିଥିଲେ.ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସ୍ୱାମୀଜୀ ବିବେକାନନ୍ଦ ଭାରତ ମାତାର ଯଶ କୀର୍ତ୍ତି କିପରି ବିଶ୍ୱ ଦରବାରରେ ପ୍ରଚାରିତ କରିଥିଲେ ତାହା ଆଲୋକପାତ କରିବା ସହ ସଭା ପରିଚାଳନା କରିଥିଲେ। ଏହି ଯୁବ ଦିବସରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର, ଜୀବର୍ଦ୍ଧନ ରଣା, ଜଗଦିଶ ପଧାନ, ଗୌରୀଶଙ୍କର ପୁଜାହାରୀ, ମୀନକେତନ ରଣା ଓ ଶିକ୍ଷା କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସି୍ଧେଶ୍ୱର ମେଣ୍ଡିଲି, ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା, କୌଶଲ୍ୟା ଆଡଜୁଆଳି. ଭୂମିସୁତା କମ୍ପ. ସୁଭଦ୍ରା ମେଣ୍ଡିଲି. ବନିତା ମେଣ୍ଡିଲି ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ସାମୁହିକ ବନ୍ଦେ ମାତରଂ ସଂଗୀତ ଗାନ କରିଥିଲେ। ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default