ବୀରମହାରାଜପୁର, ୧୨/୧(ଚୈତନ୍ୟଭୁକ୍ତା) ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ଆନୁକୂଲ୍ୟରେ ରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରେ ପାଳିତ ଏହି ସଭାରେ କଲେଜ ଅଧକ୍ଷ ଆଶୁତୋଷ ହୋତା ସଭାପତିତ୍ବ କରିଥିବାବେଳେ, ଗୃହବିଜ୍ଞାନ ବିଭାଗ ର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପଦ୍ମିନୀ ପୁରୋହିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୁବ ସମାଜ କେମିତି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶକ୍ତ ଏବଂ ସୁସ୍ଥ ସମାଜ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣକରି ପାରିବେ ତା ଉପରେ ଆଲୋକପାତ କରିଥିଲେ। ସଂସ୍କୃତ ବିଭାଗ ଅଧ୍ୟାପିକା ସନ୍ତୋଷିନୀ ନାୟକ ଅତିଥି ପରିଚୟ ସହ ସଭା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଯୁବ ରେଡ଼କ୍ରସ ପରାମର୍ଶ ଦାତା ଗୀତାଞ୍ଜଳି ପଧାନ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ସମ୍ମାନିତ ଅତିଥିଭାବେ ମଞ୍ଚସୀନ ଥିଲେ। ଶେଷରେ ଅଧ୍ୟାପିକା ଅପର୍ଣ୍ଣା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପୂର୍ବରୁ ବନ୍ଦେ ମାତରମ ସଂଗୀତ ର ୧୫୦ର୍ଷ ପୂର୍ତ୍ତି ଅବସରରେ ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ମାନଙ୍କ ଦ୍ୱାରା ସମବେତ ଭାବରେ ଏହି ଜାତୀୟ ସଂଗୀତ ଗାନ କରାଯାଇଥିଲା।ଏହି ଅବସରରେ କଲେଜ ର ସମସ୍ତ କର୍ମଚାରି ତଥା ଯୁବରେଡ଼କ୍ରସ ସ୍ବେଛାସେବୀ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।
"ସୁସ୍ଥ ଏବଂ ଶିକ୍ଷିତ ଯୁବ ସମାଜ ଦେଶର ଭବିଷ୍ୟତ "
Monday, January 12, 2026
0