ବାଲେଶ୍ୱରରେ ଲିଭହେର୍‌ର ନୂତନତମ ରେଫ୍ରିଜେରେସନ ପ୍ରୋଡକ୍ଟ ରେଞ୍ଜ ଲଞ୍ଚ

ଆଜତକ ଓଡ଼ିଶା
0

ବାବାମଣି ସେଲ୍ସ ଡିଷ୍ଟ୍ରିବ୍ୟୁଟର ସହ ଭାଗିଦାରୀରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ



ବାଲେଶ୍ୱର, ୧୮/୧(ଲକ୍ଷ୍ମୀଧର ବାରିକ): ଜର୍ମାନୀର ପ୍ରସିଦ୍ଧ ଓ ବିଶ୍ୱସ୍ତରୀୟ ରେଫ୍ରିଜେରେସନ କମ୍ପାନୀ ଲିଭହେର୍ ବାଲେଶ୍ୱରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବାବାମଣି ସେଲ୍ସ ଡିଷ୍ଟ୍ରିବ୍ୟୁଟର (ବାଲେଶ୍ୱର) ସହଯୋଗରେ ତାଙ୍କର ନୂତନତମ ରେଫ୍ରିଜେରେସନ ପ୍ରୋଡକ୍ଟ ରେଞ୍ଜ ଲଞ୍ଚ କରିଛି। ବାଲେଶ୍ୱରର ପ୍ରତିଷ୍ଠିତ ହୋଟେଲ୍ ହରି ପ୍ଲାଜା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲିଭହେର୍ ଆପ୍ଲାୟାନ୍ସେଜ୍ ଇଣ୍ଡିଆର ଡିଜିଏମ୍ (ସେଲ୍ସ) ଶ୍ରୀ ଅମିତ ସରକାର, ବିହାର–ଝାରଖଣ୍ଡ–ଓଡ଼ିଶା ଅଞ୍ଚଳର ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଅଖିଳେଶ କୁମାର, ସେଲ୍ସ, ମାର୍କେଟିଂ ଓ ସର୍ଭିସ୍ ଟିମ୍ ସଦସ୍ୟମାନେ ଏବଂ ବାବାମଣି ସେଲ୍ସ ଡିଷ୍ଟ୍ରିବ୍ୟୁଟରର ପ୍ରୋପ୍ରାଇଟର୍ ଶ୍ରୀ ଧୀରେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ ଏବଂ ଅନୁଗୁଳ ଅଞ୍ଚଳରୁ ୮୦ ରୁ ଅଧିକ ପ୍ରଭାବଶାଳୀ ଟ୍ରେଡ୍ ପାର୍ଟନର୍ମାନେ ଯୋଗଦେଇଥିଲେ। ଲିଭହେର୍ ଭାରତୀୟ ଉପଭୋକ୍ତାଙ୍କ ପାଇଁ ୯୦ଟି ନୂଆ ଓ ଆଧୁନିକ ମୋଡେଲ୍ ଉପଲବ୍ଧ କରାଇଛି, ଯାହା ଭାରତୀୟ ପରିବାରମାନଙ୍କ ଆବଶ୍ୟକତା ଓ ଜୀବନଶୈଳୀକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି। ଭାରତରେ କମ୍ପ୍ରେସର୍ ଉପରେ ୨୦ ବର୍ଷର ୱାରେଣ୍ଟି ଦେଉଥିବା ପ୍ରଥମ ଜର୍ମାନ କମ୍ପାନୀ ଭାବେ ଲିଭହେର୍ ଏକ ନୂଆ ଶିଳ୍ପ ମାନକ ସ୍ଥାପନ କରିଛି। ଡାଇରେକ୍ଟ କୁଲ୍ ସେଗ୍ମେଣ୍ଟରେ ଲିଭହେର୍ ର ହ୍ୟାଣ୍ଡସ୍-ଫ୍ରି ଓପେନିଂ ଟେକ୍ନୋଲୋଜି ଗ୍ରାହକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି।୧୯୧,୨୦୨ ଏବଂ ୨୨୨ ଲିଟର କ୍ଷମତାରେ ଉପଲବ୍ଧ ଏହି ପ୍ରଯୁକ୍ତି ମାଧ୍ୟମରେ ପାଉଁର ହାଲୁକା ଚାପରେ ରେଫ୍ରିଜେରେଟର୍ ଦ୍ୱାର ଖୋଲିଯାଏ, ଯାହା ସ୍ୱଚ୍ଛତା ଓ ସୁବିଧାରେ ଏକ ନୂଆ ଅନୁଭବ ଦେଇଥାଏ। ଫ୍ରଷ୍ଟ-ଫ୍ରି ରେଞ୍ଜରେ ଲିଭହେର୍ ର ହଟ୍-ଟୁ-କୁଲ୍ ଟେକ୍ନୋଲୋଜି ଗରମ ଉବା ଦୁଧକୁ ସିଧାସଳଖ ରେଫ୍ରିଜେରେଟର୍ ମଧ୍ୟରେ ରଖିବା ନିୟମକୁ ପୁନଃବିଚାର କରାଇଛି। ବୁଷ୍ଟର୍ ଏୟାର୍ ଭେଣ୍ଟ ମାଧ୍ୟମରେ ଏହା ଅନ୍ୟ ଖାଦ୍ୟ ପଦାର୍ଥକୁ ପ୍ରଭାବିତ ନ କରି ଦୁଧକୁ ଶୀଘ୍ର ଢଣ୍ଡା କରେ। ସେହିପରି ଲିଭର୍ ହ୍ୟାଣ୍ଡଲ୍ ଟେକ୍ନୋଲୋଜି ଦ୍ୱାର ଖୋଲିବାକୁ ୭୦ ପ୍ରତିଶତ କମ୍ ବଳରେ ସମ୍ଭବ କରିଛି ।ନବୀନତା, ଉତ୍ତମ ଗୁଣ ଓ ଗ୍ରାହକ ସନ୍ତୁଷ୍ଟି ପ୍ରତି ଦୃଢ଼ ପ୍ରତିବଦ୍ଧତା ସହ ଲିଭହେର୍ ଭାରତ ସହ ସାରା ବିଶ୍ୱରେ ରେଫ୍ରିଜେରେସନ ଶିଳ୍ପରେ ନିଜ ନେତୃତ୍ୱକୁ ଅବିରତ ରଖିଛି। ଲିଭହେର୍ ର ନୂତନତମ ପ୍ରୋଡକ୍ଟ ରେଞ୍ଜ ବିଷୟରେ ଅଧିକ ସୂଚନା ପାଇଁ home.liebherr.com ଭିଜିଟ୍ କରନ୍ତୁ କିମ୍ବା କଲ୍-ସେଣ୍ଟର ୭୦୩୮୧୦୦୪୦୦ ନମ୍ବରରେ ସମ୍ପର୍କ କରନ୍ତୁ।

Post a Comment

0 Comments

Please Select Embedded Mode To show the Comment System.*

3/related/default