
ରୋଗୀ ମା’ଙ୍କ ଚିକିତ୍ସା ପାଇଁ AB+ ରକ୍ତଦାନ କରୁଥିବା ସ୍ୱଇଛାସେବକ
କଣ୍ଟାବାଞ୍ଜି / ବଲାଙ୍ଗୀର (ବ୍ୟୁରୋ) : ଆଜି କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଅରୁନ କୁମାର ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ ମିଶି ଏକ ମାନବିକ କାର୍ଯ୍ୟ ସଂପନ୍ନ କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଜାମୁଟଝୁଲା ଗାଁର ଆଶମତି ଭୋଇ ମା’ଙ୍କୁ AB+ ରକ୍ତର ଆଉ ଗୋଟିଏ ୟୁନିଟ ଆବଶ୍ୟକ ବୋଲି ସ୍ୱରାଜ ହସ୍ପିଟାଲ ରୁ ଫୋନ୍ ଆସିବା ସହିତ କମିଟି ତୁରନ୍ତ ପଦକ୍ଷେପ ନେଇଥିଲା।
ତୁରକେଲା ବ୍ଲକ ବୁରୋମାଲ ପଞ୍ଚାୟତ ପଖନମୁଣ୍ଡା ଗାଁର ଯୋଶବନ୍ତ କୁମ୍ଭାର ଙ୍କ ସହଯୋଗରେ ବଲାଙ୍ଗୀର ଜିଲ୍ଲାର ଅଭିଷେକ ଦୀପ ଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସମସ୍ତେ ମିଶି ବଲାଙ୍ଗୀର ଯାଇ ଅଭିଷେକ ଦୀପ ସ୍ୱଇଛାରେ AB+ ରକ୍ତଦାନ କରିଥିଲେ।

ସ୍ୱରାଜ ହସ୍ପିଟାଲରେ ରୋଗୀ ମା’ଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ ଖୋଜଖବର ନେଉଛନ୍ତି କଣ୍ଟାବାଞ୍ଜି ନାଗରିକ କମିଟି ସଦସ୍ୟମାନେ।
ଏହି ମହତ କାର୍ଯ୍ୟ ପାଇଁ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଯୋଶବନ୍ତ କୁମ୍ଭାରଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଯାଇଛି। ଏହା ସହିତ ସଭାପତି ଅରୁନ କୁମାର ତାଣ୍ଡି ଓ ଉପ-ସଭାପତି ରାଜୁ ଛତ୍ରିଆ ସ୍ୱରାଜ ହସ୍ପିଟାଲ ଯାଇ ଆଶମତି ଭୋଇ ମା’ଙ୍କୁ ସାକ୍ଷାତ କରି ତାଙ୍କ ଶାରୀରିକ ଅବସ୍ଥା ବିଷୟରେ ଖୋଜଖବର ନେଇଥିଲେ। ବର୍ତ୍ତମାନ ସେ ସ୍ୱସ୍ଥ ଅଛନ୍ତି ଏବଂ ICU ରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ନରେ ତାଙ୍କ ସର୍ଜେରି ହେବ। ମାନବିକତାର ଏହି ଉଦାହରଣକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ମିଳୁଛି।
