ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର୍ରେ ୨୭ତମ ବାର୍ଷିକ ଉତ୍ସବ ଉଦଯାପିତ

ଆଜତକ ଓଡ଼ିଶା
0


ବଲାଙ୍ଗିର ୧୮/୦୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ବିଦ୍ୟାଳୟ ସ୍ତରୀୟ ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ଖପ୍ରାଖୋଲ ଏବିଇଓ ତଥା ଗୋଷ୍ଠୀ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଋଦ୍ରଦେବ ଷଡ଼ଙ୍ଗୀ ମୁଖ୍ୟଅତିଥି, ସମ୍ନାନିତ ଅତିଥି ଘୁନସର୍ ସରପଞ୍ଚ ଶ୍ରୀମତୀ ଅନୁସୟା ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ବିକାଶ ଦାଶ, ବିଦ୍ୟାଳୟ କମିଟି ସଦସ୍ୟ ମାୟାଧର ସାହୁ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ କୁ ମହରାପଦର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବକିଶୋର ନନ୍ଦ, ସରେଇବାହଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ, ବାଗମୁଣ୍ଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ଦାସ, ତେଲେଁନପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଦାଶ, ଫୁଳକିମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ବେହେରା, ଭାଲୁଡୁଙ୍ଗୁରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ବିନତି ଗଡତୀଆ, ଭାନପୁର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ଖମାରୀ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ବିଦ୍ୟାଳୟକୁ ଆସିଥିଲେ । ସେମାନଙ୍କୁ ଘୁନସର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାମିଲ ହୋଇ ମୁଖ୍ୟଅତିଥିଙ୍କ ଠାରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଗ୍ରହଣ କରି ସମ୍ମାନିତ ହୋଇଥିଲେ । ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା ଗଣେଶଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ ପତାକା ଉତ୍ତୋଳନ କରାଯାଇ ଏହି ଉତ୍ସବ କୁ ଉଦ୍ଘାଟନ କରାଯାଇଥିଲା । କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କୃତ କରାଗଲା । ଘୁନସର ଉଚ୍ଚ ବିଦ୍ୟାଳୟ ଓ ଘୁନସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କୃଷ୍ଣଧର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଝରଣା କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଝାକ୍ରିପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ବାଗ, କୁର୍ଲୁମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଆଚାର୍ଯ୍ୟ , ଘୁନସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧରମ ସିଂ ଧରୁଆ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ସଭା ରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରର ପ୍ରଧାନଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତା ଅଧ୍ୟକ୍ଷତା କରିଥିଲେ । ଏହି ବିଦ୍ୟାଳୟର ଗର୍ବ ଓ ଗୌରବ କୁମାରୀ ଶ୍ରଦ୍ଧlମୟୀ ସାହୁ ଙ୍କୁ ବିଦ୍ୟାଳୟର ନିଜସ୍ଵ ପ୍ରାୟୋଜିତ କାର୍ଯ୍ୟକ୍ରମ ବିଦ୍ୟାୱାନ୍ ଭଵଃ କାର୍ଯ୍ୟକ୍ରମ ଅନୁକୁଲ୍ୟରେ " ବେଷ୍ଟ ଷ୍ଟୁଡେଣ୍ଟ୍ " ଆୱାର୍ଡ଼ ବିଦ୍ୟାଳୟର ସ୍ଵତନ୍ତ୍ର ଅତିଥି ଶ୍ରୀଯୁକ୍ତ ନବକିଶୋର ନନ୍ଦ, ସୁଶାନ୍ତ କୁମାର ଦାଶ, ଗୋପାଳ ବେହେରା ଓ ଐଶ୍ୱର୍ଯ୍ୟ ଶେଖର ଦେବତା ଙ୍କ ଦ୍ଵାରା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉସତ ଗଡତିଆ, ଗୌର ମାଝୀ, ଝରଣା କର, ରଥ ଗୁରୁ, କାହୁଁ ଚରଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ, ରମେଶ ମାଝୀ ଓ କ୍ଷମା ସାଗର ବାଗ, ଅଶୋକ ବାଗ ଓ ନବୀନ କିଶାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default