ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜତକ ଓଡ଼ିଶା
0
ମହାଶିବରାତ୍ରୀ ଜାଗର ପାଇଁ ବକଡାବେଡା ପଞ୍ଚାୟତର ତ୍ରୀନାଥ ମଣ୍ଡପରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ଦୃଶ୍ୟ।

ଝରିଗାଁ (୦୫/୦୧): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଞ୍ଚାୟତର ତ୍ରୀନାଥ ମଣ୍ଡପ ପ୍ରାଙ୍ଗଣରେ ଚଳିତ ବର୍ଷର ମହାଶିବରାତ୍ରୀ ଜାଗର ସୁଚାରୁ ଭାବେ ଆୟୋଜନ କରିବା ନିମିତ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଗ୍ରାମର ବୟୋଜ୍ୟେଷ୍ଠ, ବୁଦ୍ଧିଜୀବୀ, ସମାଜସେବୀ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମନ୍ଦିର ସମ୍ପର୍କିତ ବିଭିନ୍ନ ସମସ୍ୟା, ଭକ୍ତମାନଙ୍କ ସୁବିଧା, ଶାନ୍ତି–ଶୃଙ୍ଖଳା, ସୁରକ୍ଷା ବ୍ୟବସ୍ଥା ଓ ଯାଗରଣ ମଞ୍ଚର ସୁଚାରୁ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଜାଗରଣ ମଞ୍ଚର ସଭାପତି ପିତାମ୍ବର ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ମହାଶିବରାତ୍ରୀ ଅବସରରେ ଦେବାଧିଦେବ ମହାଦେବଙ୍କ ଜାଗର ସୁରୁଖୁରୁରେ ସଂପନ୍ନ କରିବା ଓ ଭକ୍ତମାନେ ଶାନ୍ତିପୂର୍ଣ୍ଣ ଭାବେ ବାବା ଝାଡେଶ୍ୱର ପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିପାରିବେ ବୋଲି ଗୁରୁତ୍ୱ ଦିଆଯାଇଥିଲା।
ଭକ୍ତମାନଙ୍କର ବୃହତ୍ ସମାଗମକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି, ସେବା କାର୍ଯ୍ୟ, ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ଉକ୍ତ ବୈଠକରେ ମହେଶ୍ୱର ଗୌଡ଼, ରଘୁନାଥ କଲାର, ଉର୍ଦ୍ଧବ ଭତ୍ରା, ନାରାୟଣ ଭତ୍ରା, ଯୁଗସାୟ କଲାର, ଚତୁର ପୂଜାରୀ, ସହଦେଵ ପନକା, ଶିବରାମ ଭତ୍ରା, ଗବର୍ଦ୍ଧନ ଭତ୍ରା, ଭଜନ କଲାର, ସଗରାମ ଭତ୍ରା, ନିଲମ ଭତ୍ରା, ନରସିଂହ କଲାର ପ୍ରମୁଖ ଉପସ୍ଥିତ ଥିଲେ।
ପରିଶେଷରେ ସମସ୍ତେ ଚଳିତ ବର୍ଷର ମହାଶିବରାତ୍ରୀ ଜାଗର ସଫଳତା କାମନା କରି ସଭା ସମାପ୍ତ କରିଥିଲେ।

ଝରିଗାଁରୁ ବୁଦୁରାମ ଗଣ୍ଡ, ରିପୋର୍ଟ – ଆଜତକ ଓଡ଼ିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default