![]() |
| ବିଜୟ ପରେ ଉଲ୍ଲାସ କରୁଥିବା ବଙ୍ଗୋମୁଣ୍ଡା ଫୁଟବଲ ଦଳ |
ବଙ୍ଗୋମୁଣ୍ଡା,୦୫।୦୧- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିବସ ରେ ପହଞ୍ଚିଛି । ଆୟୋଜକ କମିଟି ର ସଭାପତି ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, ସମ୍ମାନୀୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ନାଏବ ସରପଞ୍ଚ ଝସକେତନ ସାହୁ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଖଗେଶ୍ବର ବେହେରା, ବଙ୍ଗୋମୁଣ୍ଡା ସିଆରସିସି ଜିତାମିତ୍ର ବିଶି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।ତୃତୀୟ ଦିବସ ମ୍ୟାଚ ରେ ଝଲପ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଝଲପ କୁ ୪-୧ ଗୋଲ ରେ ପରାସ୍ତ କରି ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ରେଫରୀ ନବୀନ ସରାଫ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେ ବୈଷ୍ଣବ ତାଣ୍ଡି ଓ ନିତେଶ ମାଝୀ ସହଯୋଗ କରିଥିଲେ ।ପରମାନନ୍ଦ ଛତ୍ରିଆ ଓ ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ ।ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ, ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି, ସଦସ୍ୟ ଜିତେନ୍ଦ୍ର ହଂସ, ଅଭିଷେକ ହଂସ, ନିତ୍ୟା ହଂସ, ବିକାଶ ହଂସ, ତରଣୀ ପୁଞ୍ଜି, ସନ୍ତୋଷ ହଂସ ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ ।

