ମଣ୍ଡଳ ଗ୍ରାମର ଆଶୁକବି ଆଶୁତୋଷ ଠାକୁର ‘ସାହିତ୍ୟ ସୌରଭ’ ସମ୍ମାନରେ ସମ୍ମାନିତ

ଆଜତକ ଓଡ଼ିଶା
0

ବଲାଙ୍ଗିର, (୫/୦୧ ବ୍ୟୁରୋ) ରାଜବୈଦ୍ୟ ସ୍ବର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଭାରତୀ ନୀଡ, ଆଦର୍ଶପଡା, ବଲାଙ୍ଗିର ଆନୁକୂଲ୍ୟରେ ସରୋଜିନୀ ରେସିଡେନ୍ସୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସଭା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଡ. ଲକ୍ଷ୍ମଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ। ଉଦ୍ଘାଟକ ଭାବେ ବଲାଙ୍ଗିରର ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଡା. ଶ୍ବେତା ମିଶ୍ର ଓ ରଘୁନନ୍ଦନ ସିଂ ମଞ୍ଚାସୀନ ଥିଲେ। ସଭା ସଞ୍ଚାଳନ କରିଥିଲେ ପ୍ରତିଷ୍ଠାତା ସଂପାଦକ ଡ. ନବକିଶୋର ବେହେରା। ଦ୍ୱିତୀୟ ଅଧିବେଶନରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ ପ୍ରବକ୍ତା ବାଗ୍ମୀ ରାଜମଣି ସାହୁ ଯୋଗ ଦେଇଥିଲେ। ସଭା ସଞ୍ଚାଳନ କରିଥିଲେ ଆଶୁକବି ଡ. ହେମନ୍ତ କୁମାର ଦାଶ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଅବିରତ ପ୍ରଚାର ଓ ସମର୍ପଣ ପାଇଁ ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଳକ ଅନ୍ତର୍ଗତ ମଣ୍ଡଳ ଗ୍ରାମର ଆଶୁକବି ଆଶୁତୋଷ ଠାକୁରଙ୍କୁ “ସାହିତ୍ୟ ସୌରଭ” ସମ୍ମାନରେ ଉପଢ଼ୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ନିଜ ପ୍ରତିକ୍ରିୟାରେ କବି ଏହି ସମ୍ମାନର ଶ୍ରେୟ ପାଠକବୃନ୍ଦ ଓ ଗୁରୁ-ଗୁରୁଜନଙ୍କୁ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default