ବଲାଙ୍ଗିର ୧୩/୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅଧକ୍ଷ ବଳଭଦ୍ର ଦାଶ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ବଲାଙ୍ଗୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ମୁଖ୍ୟ ବକ୍ତା ରୂପେ ପାଟଣାଗଡ଼ ଜବାହର ଲାଲ୍ ମହାବିଦ୍ୟାଳୟ ଅଧକ୍ଷ ଅରୁଣ କୁମାର ପଣ୍ଡା, ସମ୍ମାନୀତ ଅତିଥି ରୂପେ ସିନେ ଅଭିନେତା ରତନ ମେହେର, ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ, ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ଭଲ ପାଠ ପଢିବା ସହିତ ସମୟାନୁ ବର୍ତ୍ତି ହେବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସର କର୍ମଚାରୀ ଜନାର୍ଦ୍ଦନ ସୁନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ପରି କୃତି ଛାତ୍ରୀ ଛାତ୍ର ଙ୍କୁ ମାନ ପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଥାନା ଅଧିକାରୀ ନରେନ୍ଦ୍ର ଛତର, ପୁର୍ବତନ ଅଧକ୍ଷ ଲିଙ୍ଗରାଜ ବେହେରା,ଚୂଡାମଣି ଭୋଇ,କିଶୋର ହଂସ,କିଶୋର ବାଗ ସମେତ ବିଭିନ୍ନ ବିଭାଗ ର ଅଧ୍ୟାପିକା , ଅଧ୍ୟାପକ , ଛାତ୍ରୀ ଛାତ୍ର ଉପସ୍ଥିତ ଥିବା ବେଳେ ଅଧ୍ୟାପିକ ମଧୁସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଖପ୍ରାଖୋଲରେ ଥିବା ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
Tuesday, January 13, 2026
0