ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁରର ବାର୍ଷିକ ଉତ୍ସବ ଅନଷ୍ଠିତ

ଆଜତକ ଓଡ଼ିଶା
0

ବୀରମହାରାଜପୁର, ୨୦/୦୧(ଚୈତନ୍ୟ ଭୁକ୍ତା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅତିଥି ମାନଙ୍କର ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ସହ ଛାତ୍ର ମନଙ୍କର ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅଥିତି ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସନ୍ତୋଷିନୀ ନାୟକ ଯୋଗ ଦେଇ ଛାତ୍ରମାନଙ୍କୁ ସାଂସ୍କୃତିକ ବାର୍ତ୍ତା ଦେବା ସହ ଆଶିର୍ବଚନ ପ୍ରଦାନ କରିଥିଲେ। ଅତିଥି ମାନେ ଛାତ୍ରମାନଙ୍କୁ ଜୀବନରେ ଭଲ ମଣିଷଟିଏ ହେବ ପାଇଁ ପରାମର୍ଶ ଦେଇଥିଲେ। ସିନେ ଅଭିନେତା ଶ୍ରୀସାହୁଙ୍କ ଛାତ୍ର ମାନଙ୍କ ସହିତ ସମ୍ବଲପୁରୀ ଗୀତର ତାଳେ ତାଳେ କରିଥିବା ନୃତ୍ୟ ସମସ୍ତଙ୍କୁ ଅଭିଭୂତ କରି ଥିଲା। ଶିକ୍ଷକ ବୈକୁଣ୍ଠ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ ମାନସ ରଞ୍ଜନ ଭୋଇ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତଯୋଗିତାର କୃତୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଚଳିତ ବର୍ଷର ଶ୍ରେଷ୍ଠ କ୍ଲବ୍ ଭାବେ ଜିଜ୍ଞାସା କ୍ଲବ ଓ ଶ୍ରେଷ୍ଠ ହାଉସ ଭାବେ ବ୍ରାହ୍ମଣୀ ହାଉସକୁ ପୁରସ୍କୃତ କରାଯାଇଥିଲା।ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମଧୁମିତା ପଧାନ ଓ ଶିକ୍ଷକ ପ୍ରଦ୍ୟୁମ୍ନ ହୋତା ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ସଦାନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରାଙ୍କ ସଂଯୋଜନାରେ ଛାତ୍ରମାନଙ୍କର ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଆକର୍ଷିତ କରିରଖିଥିଲା ଏହି ଅବସରରେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଭୂଷଣ କୁମାର ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ, ଯୋଗ ପ୍ରଶିକ୍ଷକ ଡ.ଦ୍ୱିତୀକୃଷ୍ଣ ପଣ୍ଡା,ଗୁରୁ ହୃଷୀକେଶ ଦାଶ,ଗିରିଧାରୀ ହୋତା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମରେ ଶିକ୍ଷକ ଦେବଦତ୍ତ ଜଗଦଲା, ଦୀନବନ୍ଧୁ ଛିଚୁଆଁ, ପଞ୍ଚାନନ ମେହେର,ସତ୍ୟନାରାୟଣ ସାହୁ ଏବଂ କର୍ମଚାରୀ ମନୋହର ଜଗଦଲା, ସୁରେନ୍ଦ୍ର ମହାରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default