![]() |
| କଣ୍ଟାବାଞ୍ଜି ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଢ଼ ସାରଙ୍କୁ ନାଗରିକ କମିଟି ପକ୍ଷରୁ ସ୍ବାଗତ ଜଣାଉଥିବା ଦୃଶ୍ୟ। |
କଣ୍ଟାବାଞ୍ଜି (ବ୍ୟୁରୋ) : କଣ୍ଟାବାଞ୍ଜି ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ଛବି ପୋଢ଼ ସାର ଯୋଗଦାନ କରିବା ପରେ ଆଜି ମଙ୍ଗଳବାର ଦିନ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ ଜଣାଯାଇଛି।
ଏହି ଅବସରରେ ନାଗରିକ କମିଟି ପକ୍ଷରୁ କଣ୍ଟାବାଞ୍ଜି ସହରର ବିଭିନ୍ନ ଦୀର୍ଘଦିନର ସମସ୍ୟାଗୁଡ଼ିକ ବିଷୟରେ ଇଓ ସାରଙ୍କ ଦୃଷ୍ଟିକୁ ଆଣାଯାଇଥିଲା। ସହରର ଅନେକ ସ୍ଥାନରେ ଶୋଞ୍ଚାଳୟ ତିଆରି ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ବନ୍ଦ ଥିବାରୁ ବିଶେଷକରି ମହିଳାମାନେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାଇ ଦିଆଯାଇଥିଲା।
ଏବଂ କଣ୍ଟାବାଞ୍ଜି ସହରର ବହୁ ୱାର୍ଡରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ନେଇ ମଧ୍ୟ ଇଓ ସାରଙ୍କୁ ଅବଗତ କରାଯାଇଥିଲା। ଏହାର ପ୍ରତିଉତ୍ତରରେ ଇଓ ସାର କହିଥିଲେ ଯେ, ଅତି ଶୀଘ୍ର କଣ୍ଟାବାଞ୍ଜି ସହରର ସମସ୍ତ ପ୍ରମୁଖ ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପର୍ଯ୍ୟାୟକ୍ରମେ କାମ ଆରମ୍ଭ ହେବ।
ସ୍ବାଗତ କାର୍ଯ୍ୟକ୍ରମରେ ନାଗରିକ କମିଟିର ସଭାପତି ଅରୁନ ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ଉପସଂପାଦକ ଜିତୁ ସୁନା, ସାମ୍ବାଦିକ ପରିଚାଳକ ପ୍ରମୋଦ କୁମାର ବେହେରା, ପରାମର୍ଶଦାତା ଲୋକେଶ ଭୋଇ, ବିଶାଲ ତାଣ୍ଡି, ଟେମୁ ନାୟକ ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ, ବିକାଶ ତାଣ୍ଡି, ଉପସ୍ଥିତ ଥିଲେ।

