ବୀରମହାରାଜପୁର,୨୦/୧ (ଚୈତନ୍ୟ ଭୁକ୍ତା) ବୀରମହାରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧିନସ୍ଥ "ସ୍ପର୍ଶ ଲେପ୍ରୋସି ଆୱାରନେସ କେମ୍ପେନ୍" ପାଇଁ ବ୍ଲକ୍ କୋଓର୍ଡିନେସନ କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ତଥା SDM ସୁରେନ୍ଦ୍ର ମେହେର ଅଧକ୍ଷତା କରି କୁଷ୍ଠ ରୋଗ ଉପରେ ଏକ ସଚେତନତା ଭିଡିଓ ବାର୍ତ୍ତା ପ୍ରଦାନ କରି ଥିଲେ ଏବଂ ବୀରମହାରାଜପୁର ଡାକ୍ତରଖାନା ର ଅଧକ୍ଷ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବୈଠକରେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ,ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିନିଧି ମାନେ ଯୋଗ ଦାନ କରିବା ସହିତ ଡାକ୍ତର ଖନା ଅଧିନସ୍ଥ ତିନି ଗୋଟି ସେକ୍ଟର ର ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମାନେ ଉପସ୍ଥିତ ରହିଥିଲେ। ଡାକ୍ତର ଶ୍ରୀ ପଣ୍ଡା କୁଷ୍ଠ ରୋଗ ବିଷୟରେ ଆଲୋକପାତ କରିଥିବା ବେଳେ ବ୍ଲକ ଲେପ୍ରୋସି ସ୍ବାସ୍ଥ୍ୟ କର୍ମୀ ଜଗଦୀଶ ମେହେର ଆଗାମୀ ୩୦-୦୧-୨୬ ରୁ ୧୩-୦୨- ୨୬ ପର୍ଯ୍ୟନ୍ତ ହେବାକୁ ଥିବା କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ବିଷୟ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ କୁଷ୍ଠ ରୋଗ କୁ ନେଇ ଏକ ଶପଥ ପାଠ କରାଯାଇଥିଲା। ସ୍ବାସ୍ଥ୍ୟ ପରିଦର୍ଶକ ଆଲୋକ ଶେଠ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ପର୍ଶ ଲେପ୍ରୋସି ଆୱାରନେସ କେମ୍ପେନ୍ ପାଇଁ କୋ ଅଡିନେସନ୍ କମିଟି ବୈଠକ ଅନୁଷ୍ଠିତ
Tuesday, January 20, 2026
0