ମର୍ମନ୍ତୁଦ ଦୁର୍ଘଟଣା ; ସାମ୍ବାଦିକାଙ୍କ ସମେତ ଦୁଇ ମୃତ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ପିପିଲି ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥ-୩୧୬ରେ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣାରେ ଏକ ସ୍ଥାନୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍‌ଟି ସ୍କୁଟିକୁ ଧକ୍କା ଦେଇଥିଲା।ପରେ ସ୍କୁଟରଟିକୁ ପ୍ରାୟ ୨୦ରୁ ୩୦ମିଟର ଘୋଷାଡ଼ି ନେଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପ୍ରମେୟ ନ୍ୟୁଜ୍-୭ ସାମ୍ବାଦିକା ଶିଲା ପଟ୍ଟନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରିଥିବା ବେଳେ ଫେରାର ଥିବା ସାରଳା ବସ୍ ଧରିବାକୁ ଉଦ୍ୟମ ଜାରି ରଖିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default