୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର । ଚିଲିକାକୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି।ମନ୍ତ୍ରୀ କହିଛନ୍ତି ଯେ ଟ୍ରାନ୍ସମିଟରଗୁଡ଼ିକ ପ୍ରବାସୀ ପକ୍ଷୀମାନଙ୍କର, ବିଶେଷକରି ଗ୍ରେଟର ଫ୍ଲେମିଙ୍ଗୋ ପରି ପ୍ରଜାତିମାନଙ୍କର ଆଗମନ ଏବଂ ପ୍ରସ୍ଥାନ ପଥ ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିବ। "ଏହା ଆମକୁ ବୁଝିବାରେ ସାହାଯ୍ୟ କରିବ ଯେ ଶୀତ ଋତୁ ପରେ ଏହି ପକ୍ଷୀମାନେ କେଉଁଠାକୁ ଯାତ୍ରା କରନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default