- ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ନୀରବ
- ଟାଟା ପାୱାର ର ଖାମଖିଆଲି ମନୋଭାବ
- ୩ବର୍ଷ ହେଲା ଟ୍ରାନ୍ସଫର୍ମ ପୋଡ଼ି ଅଚଳ
କଣ୍ଟାମାଳ ୧୮/୦୧(ମନଧର କର୍ମୀ) ଟାଟା ପାୱାର ର ଅବହେଳା ଯୋଗୁଁ ୩ବର୍ଷ ହେଲାଣି ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମ ପୋଡ଼ି ଅଚଳ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗ ସବୁ ଜାଣି ନ ଜାଣିଲା ପରି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ବିଦ୍ୟୁତ ବିଭାଗ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ଖଲିଆପାଲି ଗ୍ରାମରେ। ସୂଚନା ଅନୁସାରେ ଏହି ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ୩ବର୍ଷ ହେଲାଣି ପୋଡ଼ି ଅଚଳ ଅବସ୍ଥାରେ ପଡ଼ିରହିଛି, ଏହି ବିଦ୍ୟୁତ ଟ୍ରାନ୍ସଫର୍ମ ଉପରେ ଗ୍ରାମର ୫୦ ପରିବାର ନିର୍ଭର କରୁଛନ୍ତି। ଅନେକ ଥର ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି ତାଙ୍କରି କଥା କୁ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଅଭିଯୋଗ କରୁଛନ୍ତି। ୫୦ପରିବାର କୁ ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମ ଦେଇଥିବାରୁ ଅନେକ ସମୟରେ ଲୋଭୋଲ୍ଟେଜ ସମସ୍ୟା ସହ ଫିଉଜ୍ କଟ ହେଉଥିଲା ଏହି ସମସ୍ୟା କୁ ନେଇ ଗ୍ରାମବାସୀ ଅନେକ ଥର ୬୩କେଭି ବିଦ୍ୟୁତ ଟ୍ରାନ୍ସଫର୍ମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ହେଲେ ବିଦ୍ୟୁତ ବିଭାଗ ର କୌଣସି ଅଧିକାରୀ କଥାକୁ କର୍ଣ୍ଣପାତ କରୁନଥିଲେ, ହଟାତ୍ ଦିନେ ଟ୍ରାନ୍ସଫର୍ମ ରୁ ଧୁଆଁ ବାହାରି ସହ ପଡିଗଲା। ଏହାପରେ ବିଦ୍ୟୁତ୍ ବିଭାଗ କୁ ଗ୍ରାମବାସୀ ଜଣାଇବା ପରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମ ଯୋଗାଇ ଦେବା ବଦଳରେ ଗ୍ରାମରେ ଥିବା ଅନ୍ୟ ଏକ ବିଦ୍ୟୁତ ଟ୍ରାନ୍ସଫର୍ମ ରୁ ବିଦ୍ୟୁତ ସଂଯୋଗ ଦେଈ ହାତ ଟେକି ଦେଇଥିଲେ। ବର୍ତ୍ତମାନ ୫୦ପରିବାର ଲୋଭିଲ୍ଟେଜ୍ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ଦୃଷ୍ଟି ଦେଇ ଯଥା ଶୀଘ୍ର ୬୩ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

