ନାଳରେ ନାହିଁ ପୋଲ, ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ଆଜତକ ଓଡ଼ିଶା
0

ବୋଡେ଼ନ (ପରମେଶ୍ଵର ମେହେର) ବୋଡେ଼ନ ଲୋକଙ୍କ ଦାବୀ ସ୍ୱେତେ ବଦଳୁ ନାହିଁ ଗାଁ ଚିତ୍ର । ନାଳ ରେ ବ୍ରିଜ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯାଳୟ ୧ କିଲୋମିଟ ବଦଳରେ ୫ କିଲୋମିଟର ଯିବାକୁ ପଡୁଛି । ଯାହା ଦ୍ଵାରା ଲୋକଙ୍କୁ ପ୍ରତିଦିନ ଭୋଗିବାକୁ ପଡୁଛି । ଏ ଭଳି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସୁନାପୁର ପଞ୍ଚାୟତ ର କଟାପଡା ଏବଂ ମିର୍ଧାପଡ଼ା ଗାଁ ରେ । ବର୍ଷା ଆସିଲେ ଲୋକଙ୍କ ଦୁର୍ଦ୍ଧଶା ଭୋଗିବାକୁ ପଡୁଛି । ରାସ୍ତା ରେ ପ୍ରତିଦିନ ନିର୍ଭର କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ବ କରି ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ପଞ୍ଚାୟତ କିମ୍ବା ବ୍ଲକ କୁ ଯିବାକୁ ହେଲେ ରାସ୍ତା ରେ ଉକ୍ତ ନାଳ ପଡୁଛି । ଏହା ଉପରେ ପୋଲ ନ ଥିବାରୁ ଲୋକଙ୍କୁ ପାଣି ଭିତରେ ପଶି ଯିବାକୁ ପଡୁଛି । ବର୍ଷା ଦିନେ ଏକ ପ୍ରକାର ଜଳବାନ୍ଧି ହୋଇଯାଉଛି । ନାଳରେ ବେଶୀ ପାଣି ଆସିଲେ ଛାତ୍ରଛାତ୍ରୀ କିମ୍ବା ଲୋକେ ମାନେ କେଉଆଡେ ଯାଇ ପାରୁ ନାହାନ୍ତି । ଗର୍ଭବତୀ ଏବଂ ଗୁରୁତ୍ୱ ରୋଗୀ ଙ୍କୁ ମେଡିକାଲ ନେବାକୁ ଲୋକଙ୍କୁ ହାଟହଟା ହେବାକୁ ପଡୁଛି । ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା କୁ ସାଧାରଣ ଦାବୀ ହୋଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default