ବସ୍ତା,୨୭/୧ : ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ସୁଗୋ ପଞ୍ଚାୟତର ଧାନ ସିମୁଳିଆ ଗ୍ରାମର ପ୍ରାକ୍ତନ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଅତୁଲ ଚନ୍ଦ୍ର ଭୂୟାଁ ୮୦ ବର୍ଷ ବୟସରେ ଶନିବାର ହୃଦଘାତରେ ପରଲୋକ ହୋଇ ଯାଇଛି। ସେ ୧୯୬୮ ମସିହାର ମୟୂରଭଞ୍ଜ ଜିଲ୍ଲାର ବାଘଡା ହାଇସ୍କୁଲ ରେ ଶିକ୍ଷକତା ଜୀବନ ଆରମ୍ଭ କରି ୨୦୦୪ ମସିହାରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ। ସେ ଅବସର ପରେ ନିଜ ଜନ୍ମ ମାଟିରେ ବିଭିନ୍ନ ସାମାଜିକ କର୍ଯ୍ୟରେ ନିୟୋଜିତ ରହିଥିଲେ। ସେ ପରୋପକାରୀ ଓ ମିଷ୍ଟଭାଷୀ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କ ମର ଶରୀରକୁ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।
ପ୍ରାକ୍ତନ ଆଦର୍ଶ ପ୍ରଧାନ ଶିକ୍ଷକ ଅତୁଲ ଚନ୍ଦ୍ର ଭୂୟାଁଙ୍କର ହୃଦଘାତରେ ପରଲୋକ
Wednesday, January 28, 2026
0