ଫୁଲବନ୍ଦ ସ୍କୁଲରେ ଓଡ଼ିଆ ଭାଷା ସାହିତ୍ୟ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଲବନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ତଥା ଜନ ସଚେତକ ରୂପେ ପରିବେଶବିତ ଗୁରୁ ରବୀନ୍ଦ୍ର ସାଏ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଓ ପରିବେଶର ସୁରକ୍ଷା ପାଇଁ କଳା ସାହିତ୍ୟ ଓ ସଙ୍ଗୀତ ପରିବେଷଣ କରି ସଚେତନ କରିଥିଲେ । ପୁଟୁପଡା ସ୍କୁଲ ରୁ ଆସିଥିବା କେତକୀ ଚନ୍ଦନ ନୃତ୍ୟ ଓ ଢଗ ପରିବେଷଣ କରିଥିବା ବେଳେ ସତ୍ୟବତୀ ଚନ୍ଦନ ଓଡ଼ିଆ ଓ ଆମ ମାତୃଭାଷା କିପରି ସୁରକ୍ଷିତ ରହିବ ତଥା ପରିବେଶ କିପରି ନିର୍ମଳ ରହିବ ସେ ଉପରେ ଢଗ ଓ ଗୀତ ପରିବେଷଣ କରିଥିଲେ । ଫୁଲବନ୍ଦ ସ୍କୁଲର ଛାତ୍ରୀ ବବିତା ରଣା , ନିରୂପମା ରଣା ଓ ଅର୍ଛିତା ଛତରିଆ ଲୋକନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗୁରୁ ରବୀନ୍ଦ୍ର ସାଏ ତଥା ଶିଷ୍ୟ କେତକୀ ଚନ୍ଦନ ଓ ସତ୍ୟବତୀ ଚନ୍ଦନ ଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିକାଶ ବାରିକ , ବୈକୁଣ୍ଠ ବାଗ , ମୋତି ଖରସେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଲଳିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default