ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତିକୁ ନେଇ ସିନାପାଲିରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ର ବୈଠକ

ଆଜତକ ଓଡ଼ିଶା
0

ସିନାପାଲି (ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସାଧାରଣତନ୍ତ୍ର ଦିବସକୁ ଗରିମାମୟ ଓ ସଫଳ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ, ସିନାପାଲି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକଟି ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ସଂଘର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି, କାର୍ଯ୍ୟଯୋଜନା ଓ ଦେଶଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଭୀର ଆଲୋଚନା କରାଗଲା। ସଭାରେ ଦେଶପ୍ରେମ, ଜାତୀୟ ଏକତା ଓ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ୱ ବିଷୟରେ ଆଲୋଚନା ହୋଇ ସାମୂହିକ ସହଯୋଗ ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ଜୋର ଦିଆଗଲା। ଶେଷରେ ଅଧ୍ୟକ୍ଷ ଶ୍ରୀ ସାଗର ସମସ୍ତ ସଦସ୍ୟଙ୍କୁ ଏକତାବଦ୍ଧ ଭାବେ କାର୍ଯ୍ୟ କରି ସାଧାରଣତନ୍ତ୍ର ଦିବସ ପାଳନକୁ ଐତିହାସିକ ଭାବରେ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। ଏହି ବୈଠକରେ ସଂଘ ସଭାପତି ବିଘ୍ନରାଜ ତାଣ୍ଡି, ବନବିହାରୀ ମେହେର, ଯୌବନ ଗହୀର, ଚିନ୍ତାମଣି ନେତାମ, ଗାୟରାମ ମେହେର, ଝଙ୍କେଶ୍ୱର ବନ୍ଦୀଛୋର, ମୁଜାଫର ଖାନ, ଯୁଧିଷ୍ଠିର ମହାନନ୍ଦ ସତୀଶ ଯୋଶୀ ସମସ୍ତେ ଉପସ୍ଥିତ ରହିଥିଲେ । ଶେଷରେ ପରମେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default