ଚଟୁଅନକା ଗ୍ରାମର ଦୁଇଟି ରାସ୍ତା ଅବହେଳିତ, ବିଡ଼ିଓଙ୍କ ତଦାରଖ କେବେ?

ଆଜତକ ଓଡ଼ିଶା
0
(ପୁରୁଣା ଫୋଟୋ)
ଚଟୁଅନକା ଗ୍ରାମ ପଞ୍ଚାୟତର ସଦାନନ୍ଦ ଦାସଙ୍କ ଘର ଠାରୁ ବ୍ରଜ ପୁଟେଲଙ୍କ ଘର ଓ ଛୁଟିଗୋଡ଼ି ମାତା ମନ୍ଦିର ଠାରୁ ମହେନ୍ଦ୍ର ମାଝୀଙ୍କ ଘର ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥା।

କଣ୍ଟାବାଞ୍ଜି (ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତରେ ଦୀର୍ଘଦିନ ଧରି ଦୁଇଟି ମୁଖ୍ୟ ରାସ୍ତା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି।

ସଦାନନ୍ଦ ଦାସଙ୍କ ଘର ଠାରୁ ବ୍ରଜ ପୁଟେଲଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଏବଂ ଛୁଟିଗୋଡ଼ି ମାତା ମନ୍ଦିର ଠାରୁ ମହେନ୍ଦ୍ର ମାଝୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ସମୟ ଧରି ଯାତାୟାତ ଅଯୋଗ୍ୟ ହୋଇ ପଡ଼ିଛି।
ଏହି ରାସ୍ତାକୁ କଂକ୍ରିଟ କରିବା ପାଇଁ ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ଗ୍ରାମର ଭକ୍ତଚରଣ ତାଣ୍ଡି (ଅରୁନ କୁମାର ତାଣ୍ଡି) ୨୨-୦୮-୨୦୨୫ ଏବଂ ୧୨-୧୦-୨୦୨୫ ତାରିଖରେ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।
ଚଟୁଅନକା ଗ୍ରାମର ରାସ୍ତା ସମସ୍ୟାକୁ ନେଇ ଜନଶୁଣାଣି ପୋର୍ଟାଲରେ ହୋଇଥିବା ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ତୁରକେଲା ବ୍ଲକ ବିଡ଼ିଓଙ୍କୁ ପଠାଯାଇଥିବା ତଦାରଖ ନିର୍ଦ୍ଦେଶ ପତ୍ର।

ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏହାର ତଦାରଖ ପାଇଁ ତୁରକେଲା ବ୍ଲକ ବିଡ଼ିଓଙ୍କୁ ନିର୍ଦ୍ଦେଶ ପଠାଯାଇଥିଲା। କିନ୍ତୁ ଅଭିଯୋଗ ହେଉଛି ଯେ, ଏପର୍ଯ୍ୟନ୍ତ ବିଡ଼ିଓଙ୍କ ଦ୍ୱାରା କୌଣସି ତଦାରଖ କିମ୍ବା ସ୍ଥଳ ପରୀକ୍ଷଣ କରାଯାଇନାହିଁ। ଫଳରେ ଏହି ମାମଲା ଅନେକ ମାସ ଧରି ପେଣ୍ଡିଂ ରହିଛି।

ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି—
“ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ବିଡ଼ିଓ ସାର କେବେ ଏହି ରାସ୍ତାଗୁଡ଼ିକର ସେକ୍ସନ ଓ କାମ ଆରମ୍ଭ କରିବେ?”

Post a Comment

0 Comments

Please Select Embedded Mode To show the Comment System.*

3/related/default