ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ସୂଚନା ଦେଇଛନ୍ତି । ମନମୋହନ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ୬ ମାସ ପରେ ଘୋଷଣା ହେବ । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ସରପଞ୍ଚ ସମିତି ସଭ୍ୟ ଏଇ ୬ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ ।ଆସନ୍ତା ନିର୍ବାଚନରେ ସବୁ ବ୍ଲକରେ ଜିତିବାକୁ ପଡିବ। ସବୁ ପଞ୍ଚାୟତରେ ଜିତିବାକୁ ପଡିବ। ସବୁ ଜିଲ୍ଲା ପରିଷଦରେ ଜିତିବାକୁ ପଡିବ। ସବୁ ୱାର୍ଡରେ ଜିତିବାକୁ ପଡିବ। ବିଜେପି ସବୁ ଜାଗାରେ ନେତୃତ୍ବ ତିଆରି କରିବାକୁ ପଡ଼ିବ ବୋଲି ମନମୋହନ କହିଛନ୍ତି।ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଯେଉଁ ମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ। ଯେଉଁ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ। ସେହିପରି ଯିଏ ଜିଲ୍ଲା ସ୍ତରରେ ମିଶିବାକୁ ଚାହିବେ ସେମାନଙ୍କୁ ଜିଲ୍ଲା ସ୍ତରରେ। ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚହିବେ। ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବେ। ପଞ୍ଚାୟତରୁ ଭୁବନେଶ୍ବର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଆଉ ଛଅ ମାସ ରହିଲା ପଞ୍ଚାୟତ ନିର୍ବାଚନ। ଦିନ ରାତି ଏକ କରି ପରିଶ୍ରମ କରିବା। ସରପଞ୍ଚ ଏବଂ ପଞ୍ଚାୟତ ସମିତି ମେମ୍ବର ଯେଉଁ କାମ କରି ନାହାନ୍ତି ସେ କାମ ଛଆ ମାସ ଭିତରେ କରି ଦିଅନ୍ତୁ।

Post a Comment

0 Comments

Please Select Embedded Mode To show the Comment System.*

3/related/default