୧୪ ଗୋଟି ବାଳିକା ଓ ବାଳକ ବିଭାଗ ୮୪ ଜଣ ପ୍ରତିଯୋଗୀ ଙ୍କୁ ପୁରସ୍କୃତ
ମୁରିବାହାଲ ୨୪।୧ (ବ୍ୟୁରୋ): ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ଜୁନିୟର କଲେଜ ର ୩୫ ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଦିନ କଲେଜ ପରିସର ଠାରେ ସମାପନ ହୋଇ ଯାଇଛି । ଏହି ଅବସରେ ୧୪ ଗୋଟି ବିଭାଗ ର ବାଳିକା ଓ ବାଳକ ୮୪ ଉତୀର୍ଣ୍ଣ ଛାତ୍ରୀ ଓ ଛତ୍ର ଙ୍କୁ ମାନ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରା ଯାଇଛି।
ଜୁନିୟର କଲେଜ ତରଫରୁ ଗତ ୨୨ ତାରିଖ ଠାରୁ ମୁରିବାହାଲ ପଂଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଉଭୟ ବିଭାଗ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇ ଥିଲା, ଉକ୍ତ କ୍ରୀଡା ରେ ୧୦୦/୨୦୦/୪୦୦/୮୦୦/ ୧୫୦୦ ମିଟର ଦୌଡ଼, ସଟ ପୁଟ ଥ୍ରୋ, ଡିସ୍କକସ ଥ୍ରୋ, ଯେଭଲୀନ ଥ୍ରୋ, ଲଙ୍ଗ ଜମ୍ପ, ହାଈ ଜମ୍ପ, ତ୍ରିପଲ ଜମ୍ପ, କବାଡି, ଭଳିବଲ ଓ କ୍ରିକେଟ ପ୍ରଭୃତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଥିଲା ।
ଉତଜାପାନୀ ଉତ୍ସବ ରେ ବାର୍ଷିକ କ୍ରୀଡା ସହ ଯୁକ୍ତ ୨ ବର୍ଷ ଛାତ୍ରୀ ଓ ଛାତ୍ର ମାନଙ୍କୁ ମଧ୍ୟ ବିଦାୟୀ କାଳୀନ ସମ୍ରର୍ଦ୍ଦନା କାର୍ଯ୍ୟକ୍ରମ ରେ କଲେଜ ଅଦ୍ଧକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଙ୍କର ଅଦ୍ଧକ୍ଷତା ରେ କଣ୍ଟାବାଞ୍ଜି ବିଧାୟକ ଲଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କ୍ରୀଡା ଦ୍ୱାରା ଶରୀର ବିକାଶ, ହେବା, ଛାତ୍ର ଜୀବନରେ ସହନ ଶିଳତା, ଓ ଧର୍ଯ୍ୟ ଯୋଗୁ ନିଜର ବିକାଶ ହୋଇ ଥାଏ ବୋଲି ନିଜର ମତ ବ୍ୟକ୍ତକରି ଥିଲେ ।
ସମ୍ମାନନିୟ ଅତିଥି ଭାବରେ ବଲାଙ୍ଗୀର ଜ଼ିଲ୍ଲା ଭା,ଜ,ପା, ସଭାପତି ଶ୍ରୀବତ୍ସ ବେହେରା, ମୁରିବାହାଲ ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ସରପଞ୍ଚ ସଂଘ ର ବ୍ଲକ ସଭାପତି ବିଶ୍ୱ ବିହାରୀ ଯୋଶୀ, ବରିଷ୍ଠ ସାମ୍ବାଦିକ ଡା ଭଗବାନ ମହାନ୍ତି, ଇଂରାଜୀ ବିଭାଗ ର ଅଧ୍ୟାପକ ହୃଦାନନ୍ଦ ପୁହାଣ, ପ୍ରମୁଖ ମଞ୍ଚାସିନ ରହି କ୍ରୀଡା ଓ କଲେଜ ର ବିକାଶ ବିଷୟରେ ଆଲୋକପାତ କରି ଥିଲେ ଏହି ଅବସରେ ବାଳିକା ବିଭାଗ ରେ ଉତ୍କୃଷ୍ଟ ପ୍ରଦ ସନ କରିଥିବା ପ୍ରେମ ସିଲା ଧରୁଆ ଓ ଲିଲୁ କୂଅର ଙ୍କୁ ଚାମ୍ପେୟାନ ଭାବରେ ଟ୍ରଫି ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମ ଙ୍କୁ ଶାନ୍ତ ରାମ ପଧାନ ଓ ପୂଜାରାଣୀ ରଥ ପରିଚାଳନା କରି ଥିବା ବେଳେ ଖେଳ ଶିକ୍ଷକ ରାଧେଶ୍ୟାମ ବଘାର ଙ୍କର ନେତୃତ୍ୱରେ ଭାବନି ପୋଢ଼, ଲିଲି ପଧାନ, ଶିବାନୀ ପଧାନ, ସୁପ୍ରିୟା ନାୟକ, ଶଙ୍କର ଦେହୁରୀ, ନରେଶ ଶତନାମୀ, ନାରାୟଣ ଭୋଇ, ସଂଜୟ ବାଗ, ଅଭିମନ୍ୟୁ ଛୁରା ପ୍ରମୁଖ ସହଯୋଗ କରି ଥିବା ବେଳେ ବିକ୍ରମ ତାଣ୍ଡି ଧନ୍ୟବାଦ ଅପଣ କରିଥିଲେ । ଏହି ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁରୀ ଅରକେଷ୍ଟା ଅନୁଷ୍ଠିତ ହୋଇ ଥିଲା ।

