୪୮ପ୍ରହର ଅଖଣ୍ଡ ନାମଯଜ୍ଞ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

ଆଜତକ ଓଡ଼ିଶା
0

ଗଞ୍ଜାମ/ବୁଗୁଡ଼ା,୨୪/୦୧ (ସୋରେନ କୁମାର ପ୍ରଧାନ) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମରେ ଆୟୋଜିତ ହେବାକୁ ଥିବା ୪୮ପ୍ରହର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ଶୁଭ ଖୁଣ୍ଟି ସ୍ଥାପନ  କାର୍ଯ୍ୟକ୍ରମରେ ପୁରୋହିତ ଭାବେ ମଣ୍ଟୁ ମିଶ୍ର, ଶୁଭରଞ୍ଜନ ଶତପଥି, ବିରୁପାକ୍ଷ ଷଢଙ୍ଗୀ ଯୋଗଦେଇ ବୈଦିକ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ କରିଥିବାବେଳେ କର୍ତ୍ତା ରୂପେ ରାମଚନ୍ଦ୍ର ଖଣ୍ଡାଇ ଓ ଗୋଲାପ ଖଣ୍ଡାଇ କାର୍ଯ୍ୟ କରିଥିଲେ। ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀ ମା ଠାକୁରାଣୀଙ୍କୁ ଆବାହନ କରି ଗ୍ରାମରେ ଥିବା ଭାଗବତ ମନ୍ଦିର, ସିଦ୍ଧିବିନାୟକ ମନ୍ଦିର ଓ ତ୍ରିନାଥ ମନ୍ଦିର ରେ ପୂଜାର୍ଚନା କରି ଶୁଭ ଖୁଣ୍ଟିକୁ ଗ୍ରାମ ଭ୍ରମଣ କରାଇ ସାଲଘର ନିକଟରେ ସ୍ଥାପନ କରାଯାଇଥିଲା।ଏହି ଅବସରରେ ନାମଯଜ୍ଞ ପରିଚାଳନା କମିଟି ର ସଭାପତି ସିମାଞ୍ଚଳ ପ୍ରଧାନ, ସମ୍ପାଦକ ଜି ବଦ୍ରୀନାଥ ପାତ୍ର, ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ଧାର୍ମିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତା ଫେବୃଆରୀ ୨୫ତାରିଖରେ ଶୁଭଧିବାସ ଏବଂ ୨୬ ତାରିଖ  ଠାରୁ ଦୀର୍ଘ ୭ ଦିନ ଧରି ନାମଯଜ୍ଞ, ଅର୍ଣ୍ଣଯଜ୍ଞ, ଘୃତଯଜ୍ଞ ଓ ଗୋଯଜ୍ଞ ଆୟୋଜିତ ହେବ।ଶୁଭ ଖୁଣ୍ଟି ସ୍ଥାପନ ସହିତ ନାମଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗ୍ରାମରେ ଧାର୍ମିକ ଭାବନା ସୃଷ୍ଟି ହୋଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default