![]() |
| ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ |
ବାଲେଶ୍ବର,୬/୧ (ଲକ୍ଷ୍ମୀଧର ବାରିକ): ୟୁକୋ ବ୍ୟାଙ୍କର ୮୪ତମ ପ୍ରତିଷ୍ଠା ଦିବସ ଅବସରରେ ରେମୁଣା ଫକୀରମୋହନ ବିଶ୍ବ ବିଦ୍ୟାଳୟରେ ଅବସ୍ଥିତ ନୁଆପାଢ଼ି ବ୍ରାଞ୍ଚ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହେଲଥ କେୟାର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଶ୍ଵ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ୟୁକୋ ବ୍ୟାଙ୍କ ଅଞ୍ଚଳ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ ସରିତା ଟୋପ୍ପୋ, ସମ୍ମାନୀତ ଅତିଥି ଭାବେ ସ୍ନାତକତ୍ତୋର୍ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଫକିର ମୋହନ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ଡକ୍ଟର ପ୍ରତିମା ପ୍ରଧାନ, ଏନ୍ଏସଏସ ପ୍ରୋଗ୍ରାମ ଅଫିସର ଡକ୍ଟର ସ୍ମୃତି ରେଖା ସାହୁ, ଡାକ୍ତର ସୋମା ନନ୍ଦ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ନୂଆପାଢ଼ୀ ଶାଖାର ସିନିୟର୍ ମ୍ୟାନେଜର ରଶ୍ମିତା ନାୟକଙ୍କ ତତତ୍ଵାବଧାନରେ ଆୟୋଜିତ ଶିବିରରୁ ୩୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବାଲେଶ୍ବର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ୟୁକୋ ବ୍ୟାଙ୍କ୍ ନୁଆପଢ଼ି ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜର ସରିତା ତୋପୋ, ପି ଏଲ କେ ତନୟା ଗୌରବ ପାଢ଼ୀ, ଗ୍ରାହକ ସର୍ଭିସ୍ ଏସୋସିଏଟ ବୈରାଗୀ ଚରଣ ଦାସ, ରେମୁଣା ସମ୍ବାଦ ପ୍ରତିନିଧି ମାନସ ପାଢ଼ୀ, ଆମ ଓଡ଼ିଶା ଲକ୍ଷ୍ମୀଧର ବାରିକ ଙ୍କ ସହ ବ୍ୟାଙ୍କର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


